ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

ଭୁବନେଶ୍ବର: ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଖାଲି ପଡିଥିବା ଗୃପ- ସି ପୋଷ୍ଟକୁ ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟରେ ୨ବର୍ଷ ମଧ୍ୟରେ ୬୫,୦୦୦ ଖାଲି ପଡିଥିବା ପଦବୀ ପୂରଣ ନିମିତ୍ତ ଘୋଷଣା କରିଛନ୍ତି। ଓ.ଏସ୍.ଏସ୍.ଏସ୍.ସି ଦ୍ଵାରା ଗତ ୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ମାସ ୧୫ ତାରିଖ ରେ ଫାର୍ମାସି ଅଫିସର ଓ ବହୁମୁଖି ପୁରୁଷ ସ୍ଵାସ୍ଥ୍ୟକର୍ମୀ ପଦବୀ ନିମିତ୍ତ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା, ଏହାର ୮ ମାସ ପରେ ୨୦୨୪ ମସିହା ଅଗଷ୍ଟ ମାସ ୩ ତାରିଖ ଦିନ ନିଯୁକ୍ତି ପରୀକ୍ଷା ସି.ବି.ଟି (Computer Based Test) ମୋଡ ରେ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା, ଏହା ପରେ ଚଳିତ ବର୍ଷ ଜୁନ ମାସ ୧୬ ତାରିଖରେ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ତାଲିକା ସହ ପ୍ରାର୍ଥୀ ମାନଙ୍କ ଚଏସ ଓ ନିଯୁକ୍ତି ପରୀକ୍ଷାର ଫଳାଫଳକୁ ଆଧାର କରି ସେମାନେ ମନୋନୀତ ହୋଇଥିବା ଜିଲ୍ଲାର ତାଲିକା ପ୍ରକାଶ ପାଇଥିଲା। ମାତ୍ର ଇତି ମଧ୍ୟରେ ଚୁଡାନ୍ତ ପରୀକ୍ଷା ଫଳାଫଳକୁ ୨ ମାସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉ ନାହିଁ । ରାଜ୍ୟରେ ନିଯୁକ୍ତି ପରୀକ୍ଷାଠୁ ଆରମ୍ଭ କରି ପୋଷ୍ଟିଂ ଯାଏଁ ହେଉଥିବା ଅହେତୁକ ବିଳମ୍ବର ଫଳରେ ଚାକିରୀ ଆଶାୟୀମାନେ ଯେଉଁ ମାନସିକ ଚାପରେ ରହୁଛନ୍ତି ସେଥିପାଇଁ ଦାୟୀ କିଏ? ନିଯୁକ୍ତି ପରୀକ୍ଷାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କାହିଁକି କରାଯାଉନାହିଁ ବୋଲି ସାଧାରଣରେ ଦାବୀ ହେଉଛି ।
ନିଯୁକ୍ତି ପରୀକ୍ଷା ରେ ଭାଗ ନେଉଥିବା ଆଶାୟୀ ପ୍ରାର୍ଥୀ ମାନେ ମାନସିକ ଚାପ ଗ୍ରସ୍ତ ହେବା ସହ ବିଶାଦ ଗ୍ରସ୍ତ ହେଉଛନ୍ତି, ଏଥିନିମନ୍ତେ ରାଜ୍ୟ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଶିକ୍ଷାବିତ୍ମାନେ ସରକାରଙ୍କୁ ନିବେଦନ କରିଛନ୍ତି । ଏହା ମଧ୍ୟରେ ନିଯୁକ୍ତି ପତ୍ର ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ, ମହାସଂଘ ଇତି ମଧ୍ୟରେ ଅନେକ ଥର ଉପରିସ୍ଥ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିବା ସତ୍ତ୍ୱେ ପ୍ରକ୍ରିୟା ତ୍ୱରାନ୍ୱିତ ହେବାର କୌଣସି ସୂଟନା ନାହିଁ ଏହାକୁ ନେଇ ଗତ ୯ ତାରିଖ ରେ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମହୋଦୟଙ୍କ ପାଖକୁ ଚିଠି ସଂଖ୍ଯା ୨୫୪ ରେ ଉପରେ ଲିଖିତ ଅସୁବିଧା ବିଷୟରେ ଅବଗତ କରାଯାଇଛି । l ମହାସଂଘ ଆଶା କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥା ଶୀଘ୍ର ନବ ନିଯୁକ୍ତ ଫାର୍ମାସି ଅଫିସର ଓ ବହୁମୂଖୀ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ନବ ନିଯୁକ୍ତ ପ୍ରାର୍ଥୀ ମାନଙ୍କର ଦୀର୍ଘ ଦିନର ଅପେକ୍ଷା ଅନ୍ତ କରିବେ ।

  • Related Posts

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…

    Continue reading
    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ