ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର ବିହାର କେନ୍ଦ୍ରୀୟ ଅଞ୍ଚଳ, ଓଡ଼ିଶା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ନିମ୍ନଚାପରେଖା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ପ୍ରଭାବରେ ରବିବାର ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ରାୟଗଡ଼ା ଜିଲାକୁ ପ୍ରବଳ ବର୍ଷା, ବଜ୍ରପାତ, ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ତାରିଖରୁ ତିନିଦିନ ପର୍ୟ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଗଲାଣି।

  • Garvita Odia

    Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଭୁବନେଶ୍ୱର: ଆଜି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା…

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ମହିଳା ଶ୍ରମିକଙ୍କ ମଜୁରୀ ଭତ୍ତା ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ହୋଇଥିବାବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ  ପରଫର୍ମାନ୍ସ ରିପୋର୍ଟ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ