ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅଧିକ ଛେଚିବ। ୩୦ରୁ ୪୦ କିମି ବେଗରେ ଝଟ୍‌କା ପବନ ବହିବ। ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୮ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ସର୍ବାଧିକ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ୩ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗିରହିଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲା ଜରୁରିକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା ମଧ୍ୟରେ ହାରାହାରି ୩୩.୭୩ ମିମି ବର୍ଷା ରେକର୍ଡ କରାଯାଇଛି । ଲମତାପୁଟ ବ୍ଲକ୍‌ରେ ସର୍ବାଧିକ ୧୦୨.୨ ମିମି ବର୍ଷା ହୋଇଛି । ଏହାର ପ୍ରଭାବରେ ଲମତାପୁଟ ବ୍ଲକ୍‌ରେ ୧୫ଟି ଘର ଭାଙ୍ଗିଥିବା ବେଳେ ନନ୍ଦପୁରରେ ୨ଟି, ଲକ୍ଷ୍ମୀପୁରରେ ୪ଟି, ବୋରିଗୁମ୍ମାରେ ୪ଟି, ବୈପାରିଗୁଡ଼ାରେ ୫ଟି ଘର ଭାଙ୍ଗିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

  • Related Posts

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଛତ୍ରପୁର:ସମୁଦ୍ର ନିକଟରେ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । ଗଞ୍ଜାମ ପୋଡ଼ମପେଟା ସମୁଦ୍ର ନିକଟରେ ଓଲଟିଛି ଡ଼ଙ୍ଗା । ଅଳ୍ପକେ ବର୍ତ୍ତିଛନ୍ତି ମତ୍ସ୍ୟଜୀବୀ । ତେବେ ଏହାସହ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଛତ୍ରପୁର…

    Continue reading
    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ଦାରିଙ୍ଗବାଡି : ଦୁର୍ଘଟଣାରେ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ବସ ଧକ୍କାରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର । ଦୋକାନରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର । ଘଟଣା ସ୍ଥଳରେ ବ୍ୟବସାୟୀ ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର