ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ପ୍ରଭାବରେ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ସେହିପରି ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ।ଆସନ୍ତା ୨୪ ଘଣ୍ଟା ପାଇଁ ଖୋର୍ଦ୍ଧା, ଜଗସିଂହପୁର, କଟକ , ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝର ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି ।ଆସନ୍ତାକାଲି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସେହିପରି ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର କେନ୍ଦ୍ରାପଡା ଜଗତସିଂହପୁର, ଭଦ୍ରକ, ନୟାଗଡ, ବାଲେଶ୍ୱର, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡା ଏହି ୨୧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୨ରୁ ପୁଣି ବଢିବ ବର୍ଷାର ପରିମାଣ, ୧୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ଗଞ୍ଜାମ ଜିଲ୍ଲା ଆସ୍କାରେ ୯୦ମିଲିମିଟର ରେକର୍ଡ ହୋଇଛି । ପବନର ବେଗ ଓ ମେଘୁଆ ପାଗକୁ ନେଇ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଜୁନ୧ ରୁ ଆଜି ଯାଏଁ ୬୧୪.୪ ମିମି ବର୍ଷା ରେକର୍ଡ ହୋଉଛି । ସ୍ୱାଭାବିକ ୬୬୫.୮ ମିଲିମିଟର ବର୍ଷା ରାଜିଥିବା ବେଳେ ଆଜି ସୁଦ୍ଧା ୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।

  • Related Posts

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar