ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି: ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ। ଆଜି ଗଣମାଧ୍ୟମରେ ବଜେଟ୍‌ ନେଇ ନିଜ ପ୍ରତିକ୍ରିୟା ରଖି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି।

ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ କଣ ଓଡ଼ିଶା ଅଧିକ ପାଇଛି କି? ଏହା ଓଡ଼ିଶା ପ୍ରତି ଅନ୍ୟାୟ। ବଜେଟ ଖସଡ଼ାରେ ଓଡ଼ିଶା ପାଇଁ କିଛି ମିଳିନି। ବିହାର, ଆନ୍ଧ୍ର ପାଇଁ ମିଳିଗଲା। ଓଡ଼ିଶା ପାଇଁ ଏତେ ବୈମାତୃକ ମନୋଭାବ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ।
ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ବଡ଼ ସମାରୋହ କରାଗଲା। ପ୍ରବାସୀ ଭାରତୀୟ ସମ୍ମିଳନୀ ଏବଂ ଡିଜିପି ସମ୍ମିଳନୀ। ଦୁଇ ସମାରୋହରେ ଓଡ଼ିଶା କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କଲା। କିନ୍ତୁ ଓଡ଼ିଶା ପାଇଲା କଣ? ବଜେଟରେ ଅନ୍ୟ ରାଜ୍ୟକୁ ଗୁରୁତ୍ବ ମିଳିଲା, ହେଲେ ଓଡ଼ିଶା ପୁଣି ଅବହେଳାର ଶିକାର ହେଲା।

  • Related Posts

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    କାହିଁକ ମନମୋହନଙ୍କୁ ବାଛିଲେ ମୋଦି

    ଭୁବନେଶ୍ବର: ବିଜେପିର ଲକି ସଭାପତି ହେଉଛନ୍ତି ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଦଳ ତିନି ତିନି ଥର କ୍ଷମତାକୁ ଆସିଛି । ୨୦୦୦, ୨୦୦୪ ଓ ୨୦୨୪ରେ ବିଜେପି ସରକାରକୁ ଆସିଥିବାବେଳେ ମନମୋହନ ହିଁ ସଭାପତି ଥିଲେ । ଗତ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା