ବନ୍ଧା ହେଲା ନକଲି ଡାକ୍ତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ୟ୍ୟପଲ୍ଲୀ ଥାନା ପୁଲିସ ଆଜି ଜଣେ ମାଟ୍ରିକ୍ ଫେଲ୍ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛି, ପଶ୍ଚିମବଙ୍ଗ ରାଜ୍ୟ ଉତ୍ତରଚବିଶ ପ୍ରଗଣା ଅଧୀନ ବିଷ୍ଣୁପୁର ଗ୍ରାମର ମୂଳବାସିନ୍ଦା ପ୍ରସନ୍ନଜିତ୍ ସରକାର। ସାନଆର୍ୟ୍ୟପଲ୍ଲୀସ୍ଥିତ ତା’ର କ୍ଲିନିକ୍‌ରେ ପୁଲିସ ଟିମ୍ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଔଷଧ, ‌ଷ୍ଟେଥୋସ୍କୋପ୍ ଓ ବିପି ଦେଖିବା ଯନ୍ତ୍ର ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏନେଇ କେସ୍ ନମ୍ବର ୬୫/୨୫ ଅନୁସାରେ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ବିଦ୍ୟାଭାରତୀ ନାୟକ ସୂଚନା ଦେଇଛନ୍ତି। ମାଟ୍ରିକ୍ ଫେଲ୍ ହେବା ପରେ ପ୍ରସନ୍ନଜିତ୍ ତା’ର ନେଟ୍‌ୱର୍କକୁ ବିସ୍ତାର କରିଥିଲା। ନିଜକୁ ଡାକ୍ତର ପରିଚୟ ଦେଇ ଅଧିକ ରୋଜଗାର ନିଶାରେ ମଧ୍ୟପ୍ରଦେଶର ଏକ ଅଞ୍ଚଳରେ କିଛିଦିନ କାମ କରୁଥିଲା। ଏହାପରେ ସେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠୁ ମାତ୍ର ୫ କିଲୋମିଟର ଦୂର ସାନଆର୍ୟ୍ୟପଲ୍ଲୀ ଗ୍ରାମକୁ ୪ ବର୍ଷ ତଳେ ଆସି ଗାନ୍ଧୀଛକ ନିକଟରେ କ୍ଲିନିକ୍ ଖୋଲିଥିଲା।
ପାଖରେ କୌଣସି ପ୍ରମାଣପତ୍ର ନଥିବା ସତ୍ତ୍ବେ ସେ ଆଧାରକାର୍ଡ଼ ଓ ଭୋଟ୍ ପରିଚୟପତ୍ର ପ୍ରସ୍ତୁତ କରିଥିଲା। ବେକରେ ‌ଷ୍ଟେଥୋସ୍କୋପ୍ ପକାଇ ନିଜକୁ ଏମ୍‌ବିବିଏସ୍ ଡାକ୍ତର ବୋଲି ପରିଚୟ ଦେଇ ନିରୀହ ଗ୍ରାମବାସୀଙ୍କ ମନରେ ବିଶ୍ବାସ ଜମାଇ ବିଭିନ୍ନ ରୋଗର ଚିକିତ୍ସା କରିଆସୁଥିଲା।

  • Garvita Odia

    Related Posts

    ମାଓ ଉପଦ୍ରବ: ୩ ଜଣଙ୍କୁ ନିର୍ମମ ହତ୍ୟା

    ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀ ପୁଣିଥରେ ଉପଦ୍ରବ ଆରମ୍ଭ କରିଛନ୍ତି। ଜଣେ ଆତ୍ମସମର୍ପଣକାରୀ ନକ୍ସଲ ନେତାଙ୍କ ପରିବାରର ୨ଜଣଙ୍କ ସମେତ ୩ଜଣଙ୍କୁ ହତ୍ୟା କରିଛନ୍ତି। ଏହାସହ ମାଡ଼ମାରି ୭ଜଣଙ୍କୁ ଆହତ କରିଥିବାବେଳେ ୧୨ଜଣଙ୍କୁ ବିଭିନ୍ନ…

    ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

    ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ। ମୃତକ ଅମର ନାୟକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡମରାଇ ଗାଁର…

    Leave a Reply

    Your email address will not be published. Required fields are marked *

    You Missed

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ