ବାଂଲାଦେଶରେ ଓକିଲ ମୃତ୍ୟୁ ମାମଲା : ୯ ହିନ୍ଦୁ ଗିରଫ

ହିଂସା ସମୟରେ ଜଣେ ଓକିଲଙ୍କ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ବାଂଲାଦେଶ ପୁଲିସ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଅଛନ୍ତି। ନିକଟରେ ବାଂଲାଦେଶରେ ହିନ୍ଦୁ ଏବଂ ପୁଲିସ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ୪୬ ଜଣିଆ ଏକ ଗୋଷ୍ଠୀ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଆଜି ପୁଲିସ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଛି, ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ହିନ୍ଦୁ ଥିବା ଜଣାପଡ଼ିଛି।
ପ୍ରକାଶ ଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାର ସମୟରେ ସଂରକ୍ଷଣକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି। ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ।

ଏହାକୁ ନେଇ ନିକଟରେ ପୁଲିସ ଓ ହିନ୍ଦୁମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ISKCON ଉପରେ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟରେ ଆବେଦନ କରାଯାଇଛି, ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି।

ସେହିପରି ଆଜି ଇସ୍କନର ୧୭ ଜଣ ଇସ୍କନ ସଦସ୍ୟଙ୍କ ବ୍ୟାଙ୍କ ଖାତା ମଧ୍ୟ ଅଚଳ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ମାସ ପର୍ଯ୍ୟନ୍ତ ସେମାନଙ୍କ ଖାତାରେ ସମସ୍ତ କାରବାର ବନ୍ଦ କରିବାକୁ କୁହାଯାଇଛି।

ସେପଟେ, ଦେଶଦ୍ରୋହ ଅଭିଯୋଗରେ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫ କରାଯାଇଛି। ସେ ଜାତୀୟ ପତାକାକୁ ଅବମାନନା କରିଥିବା ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

  • Related Posts

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅନୁଗୋଳ: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ…

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ। ଗାଁରେ ଥିବା ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ଉପରୁ ରବିବାର ଜଣେ ୭ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ