ବାରବାଟୀ ଷ୍ଟାଡିଅମ ଅଗ୍ନି ନିରାପତ୍ତା ମାମଲା, ଶୁଣାଣିର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ: ବାରବାଟୀ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ । ଏହି ମାମଲାର ଅନ୍ତ ଘଟାଇଛନ୍ତି ଓଡି଼ଶା ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷିତ ମ୍ୟାଚ୍ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ପକ୍ଷ ରଖାଯାଇଥିଲା । ମ୍ୟାଚ ପୂର୍ବରୁ ସମ୍ପୂର୍ଣ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ। ମ୍ୟାଚ ସମୟରେ ଯେପରି କୌଣସି ଧନଜୀବନ ହାନୀ ନହୁଏ ସେନେଇ ସରକାରୀ ଓକିଲ ପ୍ରତିଶ୍ରୁତି ଦେଲା ପରେ ହାଇକୋର୍ଟ ମାମଲାର ଶୁଣାଣି କରି ଅନ୍ତ ଘଟାଇଛନ୍ତି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ପହିଲା ଶୁଦ୍ଧା ବାରବାଟୀ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ହାସଲ ହୋଇଥିଲା। ଏହି ତଥ୍ୟ ଆଧାରରେ କଟକର ଜଣେ ସ୍ବେଚ୍ଛାସେବୀ ତୋଫାନ ଦାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ପ୍ରାୟ ୫୦ ହଜାର ଦର୍ଶକ ଏକାଠି ହେଉଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ସେ ଆବେଦନରେ ଉଲ୍ଲେଖ କରିଥିଲେ।ବାରବାଟୀ ଷ୍ଟାଡିୟମ ରାଜ୍ୟର ସର୍ବବୃହତ୍ ଷ୍ଟାଡିୟମ। ମାତ୍ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଏ ବାବଦରେ ଓସିଏ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଥିଲା । ଏଭଳି ସ୍ଥିତିରେ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ସାମାଜିକ କର୍ମୀ ତୋଫାନ ଦାସ ବାରବାଟୀ ଅଗ୍ନି ନିରାପତ୍ତା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ, “ଷ୍ଟାଡିଅମ ପରିସରରେ ବିବାହ ମଣ୍ଡପଠାରୁ ଆରମ୍ଭ କରି ସ୍କୁଲ ଓ ସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ କ୍ରୀଡ଼ା ସଂଗଠନ କାର୍ୟ୍ୟାଳୟ ଚାଲିଛି । ହେଲେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରୋକିବା ଲାଗି ଏଠାରେ ଆବଶ୍ୟକ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟର ବୃହତ୍ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି। ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ସମେତ ଅନ୍ୟାନ୍ୟ ସାଂସ୍କୃତିକ ସମାବେଶ ଆଦି ଚାଲିଛି।” ତେବେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିବା ପରେ ଏହି ମାମଲାର ଶୁଣାଣି କରି ଅନ୍ତ ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ ।

  • Related Posts

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଖୋର୍ଦ୍ଧା : ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଦୌଡୁଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ…

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ରାଇରଙ୍ଗପୁର : ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ । ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବେ । ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ