ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଗତିକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା । ବିଜେଡି ନେତା ତାଙ୍କୁ ପଛରୁ ଛୁରୀ ମାରିଥିଲେ ବୋଲି ଅର୍ଚ୍ଚନା କହିଛନ୍ତି ।ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ ଓ ଅମରେଶ ଜେନାଙ୍କ ନାମରେ ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି ।

ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ବି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି । ଏହି ଅବସରରେ ସେ ପୁଲିସ ଅଧିକାରୀ ପ୍ରତୀକ ସିଂ, ପ୍ରକାଶ ପାଲ ଓ ଅନୁପ କାନୁନଗୋଙ୍କ ନାମ ନେଇଛନ୍ତି । ସେ କହିଛନ୍ତି ଯେ ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା ।
ଏହାଛଡ଼ା ହିମାଂଶୁ ସାହୁ ଓ ତତକାଳୀନ ଅବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ ସମ୍ପୃକ୍ତ ଥିବା ଅର୍ଚ୍ଚନା କହିଛନ୍ତି । ସେ କହିଛନ୍ତି ଜେଲ ପରେଡ ବାହାନାରେ ପୁଲିସ ମୋ ପାଖକୁ ଜେଲକୁ ଯାଉଥିଲେ । ମୋତେ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ଚା, କଫିରେ ବୋଧେ ନିଶା ଦେଉଥିଲେ । ମୁଁ ଶୋଇପଡ଼ୁଥିଲି । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି ।ସେହିପରି ସେ କହିଛନ୍ତି ଯେ ଯଦି ଖଣ୍ଡଗିରି ଥାନାରେ ମାମଲା ଥିଲା ତେବେ ବାଲିଅନ୍ତା ପୁଲିସ କାହିଁକି ନେଲା । ମୋର ଘରର ସିସିଟିଭି ହାର୍ଡଡିସ୍କକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଛି । ମୁଁ ଯେଉଁ ଅଭିଯୋଗ କରୁଛି ତାହା ପ୍ରମାଣ ଆଧାରରେ କରୁଛି ।

ଏହାଛଡ଼ା ଅଭିଯୋଗକାରିଣୀ ମୋତେ ଏହା କହିବାର ଅଡିଓ ମୋ ପାଖାରେ ଅଛି । ବିଜେଡି ତାଙ୍କୁ ଟଙ୍କା ଦିଆଇ କୁହାଉଥିଲା, ଏବେ ଦେଉନାହାନ୍ତି କହୁଛି । ମାତ୍ର ମୋ ଆଶଙ୍କା ବିଜେଡି ଏବେବି ତାଙ୍କୁ ଟଙ୍କା ଦେଉଛି । ଜେଲରକୁ ମଧ୍ୟ ଟଙ୍କା ଦେଇ କିଣିଦେଇଥିଲେ, ଯାହାର ପ୍ରମାଣ ରହିଥିବା ଅର୍ଚ୍ଚନା କହିଛନ୍ତି । ତେବେ ଅର୍ଚ୍ଚନାଙ୍କ ଏଭଳି ଅଭିଯୋଗ ନେଇ ବିଜେଡି କିମ୍ବା ପୁଲିସର କୌଣସି ପ୍ରତି୍ରକ୍ରିୟା ମିଳି ପାରିନାହିଁ ।

ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଅର୍ଚ୍ଚନା କହିଥିଲେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଯେଉଁମାନେ ହଇରାଣ କରିବା ସହ ନିର୍ୟାତନା ଦେଇଛନ୍ତି ସେମାନଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଅର୍ଚ୍ଚନା ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଘଟଣା ପଛରେ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ସେମାନଙ୍କ ଅସଲ ମୁଖା ରାଜ୍ୟବାସୀ ଦେଖିବେ ବୋଲି କହିଥିଲେ।

  • Garvita Odia

    Related Posts

    ବାପାଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

    ନାରାୟଣପାଟଣା: ଜନ୍ମକଲା ବାପାଙ୍କୁ ଟାଙ୍ଗିଆରେ ହାଣିବାକୁ ପଛାଇଲା ନାହିଁ ପୁଅ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଗୁରୁତର ଆହତ ସଦନ…

    ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

    କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼