ବିଜେଡି ୱାକଫ୍ ବିଲ୍ ନେଇ ଜାତୀୟସ୍ତରରେ ଲଜ୍ଜିତ ହୋଇଛି: ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିର ୫ ଜଣ ରାଜ୍ୟସଭା ସାଂସଦ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେବା ସ୍ପଷ୍ଟ ହେବା ପରେ ଅସନ୍ତୋଷ ଝାଡ଼ିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି, ବିଜେଡି ୱାକଫ୍ ବିଲ୍ ନେଇ ଜାତୀୟସ୍ତରରେ ଲଜ୍ଜିତ ହୋଇଛି । ଆପ୍ ଓ ଟିଏମସି ଭଳି ଲେଫ୍ଟ ପ୍ରଣ୍ଟ ଦଳ ଆଗରେ ଆମେ ଲଜ୍ଜିତ ହେଲୁ । କାରଣ ସେମାନଙ୍କ ଭଳି ଆମ ସାଂସଦମାନେ ବୈଠକରେ ବସି ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମେ ବି ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବୁ ବୋଲି କହିଥିଲୁ କିନ୍ତୁ ପରେ ସପକ୍ଷରେ ଭୋଟ୍ ଦେଇଛନ୍ତି ଆମର ୫ ଜଣ ରାଜ୍ୟସଭା ସଦସ୍ୟ ।
ଖାଲି ଏତିକି ନୁହେଁ ସସ୍ମିତଙ୍କ ଉପରେ ସବୁ ଦୋଷ ଲଦିଦେଇଛନ୍ତି ଦେବାଶିଷ । ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବାକୁ ମିଟିଂ ପରେ ସସ୍ମିତ ପାତ୍ର ଟ୍ବିଟ୍ କରି ବିବେକ କଥା କହିବାରୁ ଦ୍ଵନ୍ଦ ବଢିଲା । ତେଣୁ ମୁଁ ସମ୍ପୂର୍ଣ୍ଣ ଭୋଟିଂ ବେଳେ ଅନୁପସ୍ଥିତ ରହିଥିଲି । ଆଉ ଏଭଳି କାହିଁକି ହେଲା? ମତ ବଦଳାଇବାକୁ ଉପରୁ କିଏ ନିର୍ଦ୍ଦେଶ ଦେଲା? ଏସବୁକୁ ନେଇ ମୋ ମନ ଭିତରେ ଯାହାବି ଅସନ୍ତୋଷ ଥିଲା ସେନେଇ ମୁଁ ମୋ ଦଳର ନେତାଙ୍କୁ ପୂର୍ବରୁ ଜଣାଇଛି ବୋଲି କହିଛନ୍ତି ଦେବାଶିଷ ।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ…

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏଫ୍‌ଏମ୍‌ କଲେଜରେ ଜଣେ ଯୁବତୀ ନ୍ୟାୟ ନ ପାଇ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼