
ନୂଆଦିଲ୍ଲୀ : ଅହମ୍ମଦାବାଦରେ ଗୁରୁବାର ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ସମସ୍ତ ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକଟ କରିଛନ୍ତି ।ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରିବା ସହ ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ ଦେଶ ତାଙ୍କ ପଛରେ ଛିଡ଼ାହୋଇଛି ବୋଲି କହିଛନ୍ତି ।
ଉପରାଷ୍ଟ୍ରପତି ଏହାକୁ ଏକ ମର୍ମନ୍ତୁଦ ମାନବୀୟ ସଂକଟ ବୋଲି ବର୍ଣ୍ଣନା କରି ଶୋକସନ୍ତପ୍ତ ପରିବାରମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଲେଖିଛନ୍ତି ଯେ ଅହମ୍ମଦାବାଦ ଘଟଣା ଆମକୁ ଦୁଃଖିତ ଓ ସ୍ତବ୍ଧ କରିଦେଇଛି । ଏହି ହୃଦୟବିଦାରକ ଘଟଣା ପାଇଁ ଶବ୍ଦ କମ ପଡ଼ିଯାଉଛି । ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ କହିଛନ୍ତି ଯେ ଉଦ୍ଧାର ଓ ସହାୟତା କାମରେ ନିୟୋଜିତ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି ।