ବିଷ ଓଗାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ଵର : ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ। ଗିରଫ ପଛର ଖୋଲିଲେ ଗୁମର। ଗିରଫ ପଛରେ ପୂର୍ବ ସରକାର ଏବଂ ପୁଲିସକୁ ଦାୟୀ କଲେ ଅର୍ଚ୍ଚନା ନାଗ। ସେ କହିଛନ୍ତି, ମୋ ପ୍ରତି ଅନ୍ୟାୟ ହୋଇଛି। ଅଭିଯୋଗକାରିଣୀଙ୍କୁ ଟଙ୍କା ଦେଇ କିଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଲିଖିତ ଭାବରେ ଜଣାଇଛି।

ଅର୍ଚ୍ଚନା କହିଛନ୍ତି, ମୋତେ ଅକ୍ଟୋବର ୬ରେ ଗିରଫ କରାଗଲା। ତା ପୂର୍ବରୁ ୪ରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅକ୍ଟୋବର ୧୦ରେ କିଏ ଅଭିଯୋଗ କରିଛନ୍ତି ବୋଲି ମୋତେ ଜଣାଗଲା। ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା। ମୋତେ ଜେଲରେ ନିର୍ୟାତନା ଦିଆଯାଉଥିଲା। ପୁଲିସ ଟଙ୍କା ଦେଇ ଜେଲ କର୍ମଚାରୀଙ୍କୁ କିଣି ଦେଇଥିଲେ। ମୋତେ ଜେଲରେ ନିଶା ଇଞ୍ଜେକ୍ସନ, ମେଡିସିନ୍ ଦିଆଯାଉଥିଲା। ମୁଁ ପାଗେଳି ବୋଲି ସ୍ଵୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡ଼ି ଯିବାକୁ ଚାପ ପକାଯାଉଥିଲା। ଶ୍ରଦ୍ଧାଞ୍ଜଳି ବେହେରା ସ୍ଵୀକାର କରିଛନ୍ତି ଯେ, ତାଙ୍କୁ ଟଙ୍କା ଦେଇ ଅଭିଯୋଗ କରିବା ପାଇଁ ବାଧ୍ୟ କରାଯାଇଥିଲା। ଯାହାର କଲ୍ ରେକର୍ଡିଂ ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା ନାଗ।

ସୂଚନାନୁଯାୟୀ, ଶୁକ୍ରବାର ଅର୍ଚ୍ଚନା ନାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ୍ୟାୟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟଣାର ତଦନ୍ତ ଦାବି କରିଥିଲେ। ଘଟଣାର ତଦନ୍ତ ହେଲେ ଅନେକ ଲୋକଙ୍କ ଅସଲ ଚେହେରା ପଦାକୁ ଆସିବ । ୩୦ ମିନିଟ୍‌ରେ ସବୁ ଘଟଣାର ପର୍ଦ୍ଦାଫାସ୍‌ କରିଦେବେ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ…

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏଫ୍‌ଏମ୍‌ କଲେଜରେ ଜଣେ ଯୁବତୀ ନ୍ୟାୟ ନ ପାଇ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼