ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡର ଟେକିଙ୍ଗ କମିଟିର ବଡ଼ ବୈଠକ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡ଼ିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ସାଂସଦ ବୈଜୟନ୍ତ ପଣ୍ଡା ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ଷଷ୍ଠ ବୈଠକ।

ଏହି ବୈଠକରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଓ ଟେଲିକମ୍ ମନ୍ତ୍ରାଳୟର ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି। ବୈଠକରେ ଓଡ଼ିଶାରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦର ପବ୍ଲିକ୍ ଅଣ୍ଡରଟେକିଂ କମିଟିରେ ଲୋକସଭାରୁ ୧୫ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ରହିଛନ୍ତି। ଏହି କମିଟି ଗତ ଅଗଷ୍ଟ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏପର୍ଯ୍ୟନ୍ତ ୬ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠତ ହୋଇସାରିଲାଣି।

  • Related Posts

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବାୟାବର ଗାଁ କବରସ୍ତାନରେ ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୀଡିତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ବିଦାୟ ଦେଇଥିଲେ ।…

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ରାଜଧାନୀର ଗାନ୍ଧୀମାର୍ଗ କମ୍ପିବ। ଦାବି ହାସଲ ପାଇଁ ଆନ୍ଦୋଳନ କରିବେ ବହୁ ଶିକ୍ଷକ ସଂଗଠନ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ସୋମବାର ଡକାଯାଇଛି। ସେହିପରି ଅଗଷ୍ଟ ୧୨ ତାରିଖରେ ବିଦ୍ୟାଳୟ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ୨୨ଜିଲାକୁ ବଜ୍ରପାତ ସତର୍କତା

    ୨୨ଜିଲାକୁ ବଜ୍ରପାତ ସତର୍କତା

    ଶିବୁ ସୋରେନଙ୍କ ପରଲୋକ

    ଶିବୁ ସୋରେନଙ୍କ ପରଲୋକ

    ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ନାମଲେଖା: ଆଜିଠୁ ଅନଲାଇନ ଆବେଦନ

    ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ନାମଲେଖା: ଆଜିଠୁ ଅନଲାଇନ ଆବେଦନ

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା