ବୋର୍ଡ ଉପସଭାପତି ଗିରଫ

କଟକ : OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବଡ ଆକ୍ସନ । ବନ୍ଧାହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଥିଲେ ନିହାର ରଞ୍ଜନ । ଗତ କିଛି ଦିନ ଧରି ନିହାରଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହୋଇଥିଲା । ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ୬ ଘଣ୍ଟା ଧରି ଜେରା କରିଥିଲା । ପ୍ରଶ୍ନବାଣରେ ଘାଇଲା କରିଥିଲା । ଏହା ପରେ ରବିବାର ନିହାର ରଞ୍ଜନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ପୂର୍ବରୁ ଏହି ମାମଲାରେ ଛାନ୍‌ଭିନ୍‌ କରି ୭ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ଜୁଲାଇ ୨୦ରେ OTET ପରୀକ୍ଷା ହେବାର ଥିଲା । କିନ୍ତୁ ୧୯ ତାରିଖରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ବିବାଦ ବଢିବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ନିହାରଙ୍କ ଲାପଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ତନାଘନା । କ୍ରାଇମବ୍ରାଞ୍ଚର ସ୍କାନରକୁ ଆସିଥିଲେ ନିହାର । ଯାହାଙ୍କ ଉପରେ ପରୀକ୍ଷା ପରିଚାଳନାର ପୁରା ଦାୟିତ୍ବ ଥିଲା ସେ କେଳେଙ୍କାରୀ କରି ଗିରଫ ହେବା ସତରେ ଚିନ୍ତାଜନକ ।

  • Related Posts

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ

    ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨…

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା