ଭବଙ୍କ ପାଇଁ ଅଡୁଆ ବଢିଲା : ପୁଣି ଯୋଡ଼ି ହେଲା ତିନି ମାମଲା

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ କାହିଁକି କରାଗଲା ମରଣାନ୍ତକ ଆକ୍ରମଣ? ଦୀର୍ଘ ସମୟ ଧରି ଆତଙ୍କରାଜ ଭିଆଇବା ସହ ଯାଜପୁର ଟାଉନଥାନା ଘେରାଉ ପଛର ରିଂ ମାଷ୍ଟର କିଏ? କେଉଁ ପରିସ୍ଥିତିରେ ବିରଜା ହାଟରେ ହୋଇଥିଲା ଗଣ୍ଡଗୋଳ? କାହା ନିର୍ଦ୍ଦେଶରେ ରାସ୍ତାରୋକ ସହ ବ୍ୟବସାୟୀଙ୍କୁ କରାଯାଇଥିଲା ଆକ୍ରମଣ? ତଦନ୍ତ ଭାର ନେବା ପରଠୁ ଏହି ସବୁ ଦିଗକୁ ଧରି ଘଣ୍ଟାଚକଟା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ସେପଟେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରକାଶ ଓରଫ୍‌ ଲଲଙ୍କ ନାଁରେ ରୁଜୁ ହେଲା ଆଉ ୩ ମାମଲା।
ଆଜି ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀ ଚଳାଇଥିଲେ ଆତଙ୍କରାଜ। ସେହି ବୁଢ଼ାପୋଲକୁ ଯାଇ ସରଜମିନ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।
ଏହାବ୍ୟତୀତ ସଦର ଥାନା ଓ ଟାଉନଥାନାକୁ ଯାଇ ମଧ୍ୟ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌ ପୁଲିସ ପାଖରୁ ତଥ୍ୟ ସଂଗ୍ରହ କରିଛି। କାରଣ ହିମାଂଶୁଙ୍କୁ ହମଲା ସହ ସେଦିନ ରାତି ଯାଜପୁର ଟାଉନ୍ ଥାନା ଘେରାଉ ଏବଂ ୨୧ ତାରିଖରେ ବିରଜା ହାଟ ପାଖରେ ରାସ୍ତାରୋକ ଘଟଣାକୁ ନେଇ ମାମଲା ରହିଛି। ତଦନ୍ତର ପ୍ରଥମ ଦିନରେ ଆଜି ଏହି ୩ଟି ମାମଲା ଉପରେ ଫୋକସ୍‌ ରଖିବା ସହ ସରଜମିନ ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମରେ ଥିବା ୨ ଡିଏସ୍‌ପି ଓ ଜଣେ ଇନିସପେକ୍ଟର।

ବିରଜା ହାଟ ଗଣ୍ଡଗୋଳ ସହ ରାସ୍ତାରୋକ ଓ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ରୁଜୁ ହୋଇଛି ମୋଟ ୧୭ଟି ମାମଲା। ଗିରଫ ହୋଇଛନ୍ତି ୧୯ ଜଣ। ତାହାରି ଭିତରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ଦାସଙ୍କ ଭାଇ ଭବପ୍ରକାଶ ଓରଫ୍‌ ଲଲ ଦାସଙ୍କ ନାଁରେ ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା। ପୂର୍ବରୁ ପରିବା ବ୍ୟବସାୟୀ ମଦନ ନାଏକଙ୍କୁ ଆକ୍ରମଣ ଓ ସାମଗ୍ରୀ ନଷ୍ଟ ଅଭିଯୋଗ ମାମଲାରେ ଜେଲରେ ଅଛନ୍ତି ଭବ। ଆଜି ପୁଲିସ ପକ୍ଷରୁ ଆବେଦନ ପରେ SDJMଙ୍କ କୋର୍ଟରେ ଆଉ ୩ଟି ମାମଲା ଯୋଡ଼ି ହୋଇଛି।

ଟାଉନ ଥାନା ଘେରାଉ, ବିରଜା ହାଟରେ ରାସ୍ତାରୋକ ଏବଂ ଆଉ ଜଣେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ହୋଇଛି ୩ଟି ମାମଲା। ଅପରପକ୍ଷେ ୨୩ ତାରିଖରୁ ଗିରଫ ହୋଇଥିବା ଲଲଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ମେଡ଼ିକାଲ ପଠାଇବାକୁ ଆଜି କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ଲଲଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ଷ୍ଟାଟସ୍‌ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

  • Related Posts

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର…

    Leave a Reply

    Your email address will not be published. Required fields are marked *

    You Missed

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ