ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି: ମୋଦୀ

ଭୁବନେଶ୍ବର: ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି। ଆଜି ବିକାଶର ଆଧାର ହୋଇପାରିଛି। ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋହନ ମାଝୀଙ୍କ ସରକାର କୋଟିକୋଟି ଭକ୍ତମାନଙ୍କର ନିବେଦନ ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିଛି। ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା କୋଟିକୋଟି ଭକ୍ତଙ୍କର ଆଶା ଥିଲା। ଆପଣମାନଙ୍କର ଭଲ ପାଇବା ଓ ମହାପ୍ରଭୁଙ୍କ ଭକ୍ତି ଏଠାକୁ ଟାଣିଆଣିଛି। ଜୁନ ୨୦ ଏକ ସ୍ବତନ୍ତ୍ର ଦିନ। ରାଜ୍ୟର ବିଜେପି ସରକାର ଏକ ବର୍ଷ ସଫଳତାର ସହିତ ପୂରା କରିଛି। ଏହା କେବଳ ସରକାରଙ୍କ ନୁହେଁ। ଏହା ସୁଶାସନର ଏକ ବର୍ଷ ପୂର୍ତ୍ତି। ଜନସେବା ଓ ଜନ ବିଶ୍ବାସକୁ ସମର୍ପଣର ବର୍ଷ।
ଲୋକେ କଂଗ୍ରେସର ମଡେଲ ଦେଖିଛନ୍ତି। କଂଗ୍ରେସ ମଡେଲରେ ସୁଶାସନ ନଥିଲା। ବିକାଶ ପ୍ରକଳ୍ପକୁ ଅଟକାଇବା, ଦୁର୍ନୀତିକୁ ପ୍ରଶୟ ଦେବା କଂଗ୍ରେସର ମଡେଲ ଥିଲା। ବିଗତ ଏକ ଦଶନ୍ଧିରେ ବିଜେପି ତାର ମଡେଲ ଦେଖାଇଛି। ଆମର ଓଡ଼ିଶା ଅନେକ ସମସ୍ୟାର ସହିତ ଲଢ଼େଇ କରିଛି। ଗରିବୀରୁ ମୁକୁଳିପାରୁ ନଥିଲା। କୃଷି ଭିତ୍ତିଭୂମି ନିମ୍ନସ୍ତରକୁ ଯାଇଥିଲା। ବିଗତ ୧ ବର୍ଷ ମଧ୍ୟରେ ବିଜେପି ସରକାର ମଜବୁତସ୍ତରରେ କାମ କରିଛି। ବିକାଶର ଡବଲ ଇଂଜିନ ଏଠାରେ ଚାଲିଛି। ଆଜି ହଜାର ହଜାର କୋଟିର ଶିଳାନ୍ୟାସ କରାଯାଇଛି। ଏହା ଡବଲ ଇଞ୍ଜିନର ଛାପ। ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର କ୍ୟାବିନେଟର ମନ୍ତ୍ରୀଗଣଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଟିମ୍ ବିଗତ ଏକ ବର୍ଷ ମଧ୍ୟରେ ଭଲ କାମ କରିଛି।
ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆପଣଙ୍କ ହାତରେ ଏହି ଦେଶ ସୁରକ୍ଷିତ ଅଛି। ଅପରେସନ ସିନ୍ଦୂର କେବଳ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ନୁହେଁ। ବରଂ ଏହା ହେଉଛି ନୂଆ ଭାରତର ବଳ। ଆଗରୁ ଲୋକେ କହୁଥିଲେ ମୋଦୀ ଅଛନ୍ତି, ସବୁ ସମ୍ଭବ। ଆଜି ପୂରା ଦେଶ କହୁଛି, ମୋଦୀ ଥିଲେ ଦେଶ ସୁରକ୍ଷିତ। ଆପଣଙ୍କର ନେତୃତ୍ବରେ ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି।

  • Related Posts

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଭୁବନେଶ୍ବର : ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ସମୟ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଦେୟ ଦେବାକୁ…

    Continue reading
    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ଭୁବନେଶ୍ଵର: ଆଉ କେଇଟା ଦିନ ପରେ ଶାରଦୀୟ ଦୁର୍ଗା ପୂଜା। ରାଜଧାନୀର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତ। ତେବେ ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି । ଲୋକଙ୍କ ଉପରକୁ ପଡିବନି ଲେଜର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ

    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ