‘ଭାର୍ଗବାସ୍ତ୍ର’ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଭାରତ ଏବେ ଡ୍ରୋନ ବିପଦକୁ ରୋକିବା ପାଇଁ ଏକ ନୂଆ ତଥା ସ୍ୱଳ୍ପ ବ୍ୟୟର ସମାଧାନ ଖୋଜି ବାହାର କରିଛି। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ ମୋଡ କାଉଣ୍ଟର ଡ୍ରୋନ ଡିଫେନ୍ସ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ (ଏସଡିଏଲ) ଡିଜାଇନ ଓ ବିକଶିତ କରିଛନ୍ତି। ଏହି ଭାର୍ଗବାସ୍ତ୍ର ଏକକାଳୀନ ଆସୁଥିବା ମେଞ୍ଚାମେଞ୍ଚା ଡ୍ରୋନକୁ ଆକାଶରେ ନିଶେଷ କରିଦେବ। ଏହି ଡ୍ରୋନ ଡିଫେନସ ସିଷ୍ଟମ ଏହାର ପ୍ରଥମ ପରୀକ୍ଷଣରେ ହିଁ ଉତୀର୍ଣ୍ଣ ହୋଇଛି।

ଏହି ସିଷ୍ଟମ ମାଇକ୍ରୋ ରକେଟସ୍ ମାଧ୍ୟମରେ ଡ୍ରୋନ ଆକ୍ରମଣର ଜବାବ ଦେବାକୁ ସକ୍ଷମ। ଏହାକୁ ଖାସ କରି ଡ୍ରୋନ ବିପଦର ମୁକାବିଲା ନିମନ୍ତେ ବିକଶିତ କରାଯାଇଛି। ଏହି ସିଷ୍ଟମର ପରୀକ୍ଷଣ ଓଡିଶା ଉପକୂଳର ଗୋପାଳପୁରସ୍ଥିତ ସିୱାର୍ଡ ଫାୟରିଂ ରେଞ୍ଜରେ ମେ ୧୩ ତାରିଖ ଦିନ କରାଯାଇଥିଲା। ଏହି ପରୀକ୍ଷଣ କାଳରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ମୋଟ ୩ଟି ପରୀକ୍ଷଣ ହୋଇଥିଲା। ଦୁଇଟି ପରୀକ୍ଷଣରେ ଗୋଟିଏ ଗୋଟିଏ ରକେଟ ଫାୟାର କରାଯାଇଥିଲା। ତେବେ ଗୋଟିଏ ପରୀକ୍ଷଣରେ ୨ଟି ରକେଟକୁ ୨ ସେକେଣ୍ଡ ଅନ୍ତରରେ ସାଲଭୋ ମୋଡରେ ଲଞ୍ଚ କରାଯାଇଥିଲା। ଏହି ଡିଫେନସ ସିଷ୍ଟମର ଏପରି ନାମକରଣ ନେଇ ଏସଡିଏଲ ପକ୍ଷରୁ ମହାଭାରତର ଉଦାହରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ମହାଭାରତ ଯୁଦ୍ଧରେ କେତେକ ବିନାଶକାରୀ ଅସ୍ତ୍ରର ପ୍ରୟୋଗ ହୋଇଥିଲା, ଯେଉଁଥିରେ ଗୋଟିଏ ‘ଭାର୍ଗବାସ୍ତ୍ର’ ମଧ୍ୟ ଥିଲା। ଏହି ନାମକରଣ ମହର୍ଷି ଭାର୍ଗବ ପର୍ଶୁରାମଙ୍କ ନାମ ଅନୁସାରେ ହୋଇଥିଲା। ଏବେ ଏହି ନାମର ପ୍ରେରଣା ନେଇ ଭାରତ ଏକ ଅତ୍ୟାଧୁନିକ ମାଇକ୍ରୋ-ମିସାଇଲ ଆଧାରିତ କାଉଣ୍ଟର ଡ୍ରୋନ ସିଷ୍ଟମ ବିକଶିତ କରିଛି। ଏହି ପ୍ରତିରକ୍ଷା ସିଷ୍ଟମ ଦେଶର ସୁରକ୍ଷାକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବ। ଏହା ଶତ୍ରୁର ଡ୍ରୋନ ଉପରେ କାଳ ହୋଇ ବର୍ଷିବ। ଏହାକୁ ଭାରତର ଆଇରନଡୋମ ବି କୁହାଯାଉଛି।

  • Garvita Odia

    Related Posts

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ନୂଆଦିଲ୍ଲୀ: ୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots, Boomex, ଭଳି ଅନେକ ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରୀ…

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ନୂଆଦିଲ୍ଲୀ : ଦୀର୍ଘ ରାଜନୈତିକ ଯାତ୍ରାରେ ଅନେକ କିର୍ତ୍ତିମାନ ନିଜ ନାମରେ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାତାରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଯାଇଛି। ୨୫ ଜୁଲାଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ରୂପେ ମୋଦି ୪୦୭୮ ଦିନ ପୂରା କରିଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ  ପରଫର୍ମାନ୍ସ ରିପୋର୍ଟ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ