ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‌ ସୋ

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ କରାଯାଇଛି। ମୋଦୀଙ୍କ ସ୍ବାଗତ ପାଇଁ କଳାକାରମାନେ ପ୍ରସ୍ତୁତି ଦେଇଛନ୍ତି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରେ ପହଞ୍ଚିଛନ୍ତି। ତାଙ୍କର ଏକ ଝଲକ ପାଇବା ପାଇଁ ସମର୍ଥକମାନେ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ୟ୍ୟନ୍ତ ରାସ୍ତାରେ ହେବାକୁ ଥିବା ରାଲିର ଉଭୟ ପାର୍ଶ୍ବରେ ଅପେକ୍ଷା କରିଥିଲେ। ମୋଦୀଙ୍କ ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି। ତ୍ରିରଙ୍ଗା ପତାକା ଦେଖାଇ, ହାତ ହଲାଇ ମୋଦୀଙ୍କୁ ସ୍ବାଗତ କରୁଛନ୍ତି। ସ୍ଥାନେ ସ୍ଥାନେ ପୁଷ୍ପ ବର୍ଷା କରାଯାଉଥିବା ବେଳେ ପାରଂପରିକ ବାଦ୍ୟ ବଜାଇଛନ୍ତି।
ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯଦିଓ ଏହି ଗସ୍ତ କରିଛନ୍ତି, ଏହାର ଲକ୍ଷ୍ୟ ଆହୁରି ଅନେକ ହୋଇପାରେ। ସେ ସ୍ଥାନୀୟ ଜନତା ମଇଦାନରେ ବିରାଟ ସମାରୋହରେ ଓଡ଼ିଶାର ଜନତାଙ୍କୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ସେ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ୟ୍ୟନ୍ତ ରୋଡ ସୋ’ କରୁଛନ୍ତି।

  • Related Posts

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ ବୃଦ୍ଧି

    ଭୁବନେଶ୍ବର: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।…

    Continue reading
    କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ମାଲକାନଗିରିରୁ ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

    ମାଲକାନଗିରି,02/09: ମାଲକାନଗିରି ଜିଲ୍ଲାରେ ବିଳମ୍ବିତ ରାତି ବର୍ଷାରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲାଙ୍ଗାନାକୁ ମଧ୍ୟ ଯୋଗାଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ ବୃଦ୍ଧି

    କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ମାଲକାନଗିରିରୁ ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

    ବିହାର ଏସଆଇଆର: ସେପ୍ଟେମ୍ବର ୧ ପରେ ଅଭିଯୋଗ ଗ୍ରହଣ କରିବାକୁ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

    ଭୁବନେଶ୍ବର, ପୁରୀ, କଟକ ଓ ପାରାଦ୍ବୀପକୁ ସଂଯୋଗ କରିବ ରାଜ୍ୟର ପ୍ରଥମ କ୍ବାଡ୍ ସିଟି କାର୍ଯ୍ୟକ୍ରମ

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା