ଭୁବନେଶ୍ୱର ବିମାନବନ୍ଦରର ହେବ ସମ୍ପ୍ରସାରଣ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ଟର୍ମିନାଲ ୩ର ସମ୍ପ୍ରସାରଣ ହେବ। ଏହି ଟର୍ମିନାଲରେ କେବଳ ଓଡ଼ିଆ କୀର୍ତ୍ତି, ପ୍ରଥା ଓ ପରମ୍ପରାର ଝଲକ ରହିବ। କୌଣସି ଆଧୁନିକତା ଝଲକ ରହିବ ନାହିଁ। ବିମାନ ଯାତ୍ରୀ ଓହ୍ଲାଇବା ପରେ ଓଡ଼ିଶାର ଗୌରବ ଗାଥା ବିଷୟରେ ଜାଣିପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ କହିଛନ୍ତି।

ସେହିପରି ଭୁବନେଶ୍ଵର ବିମାନବନ୍ଦରରେ ଏବେ ମିଳିବ ଶସ୍ତା ଖାଦ୍ୟପାନୀୟ। ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ। ଉଡାନ ଯାତ୍ରୀ କାଫେର ଉଦଘାଟନ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ। ଏହାଦ୍ଵାରା ଯାତ୍ରୀମାନେ କମ୍ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ। ଗତବର୍ଷ ଡ଼ିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା। ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେରେ ମଧ୍ୟରେ ଖୋଲିଛି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା । ଆସନ୍ତା ଏକବର୍ଷ ମଧରେ ଦେଶର ୧୦ ରୁ ୧୫ ବଡ଼ ବିମାନବନ୍ଦରରେ ଏହି କାଫେ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

  • Related Posts

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅଧିକ ଛେଚିବ। ୩୦ରୁ ୪୦ କିମି ବେଗରେ ଝଟ୍‌କା…

    Continue reading
    କଟକ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    କଟକ : କଟକ ଷ୍ଟେସନରେ ଅଘଟଣ। ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ଭୁଶୁଡିଲା ସେଡ୍। କ୍ଷୟକ୍ଷତି କଣ ଘଟିଛି ତାହାର ସୂଚନା ଜଣାପଡି ନାହିଁ। ପ୍ଲାଟଫର୍ମ ନଂ ୧ରେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    କଟକ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    କଟକ  ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ସେଡ୍‌

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଆସିବ ନୂଆ ଐତିହ୍ୟ ନୀତି

    ଆସିବ ନୂଆ ଐତିହ୍ୟ ନୀତି