ଭୁଲରେ ବି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ!

ବର୍ତ୍ତମାନର ଜୀବନଶୈଳୀରେ ମାଇକ୍ରୋୱେଭର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଜାଣନ୍ତି କି, ମାଇକ୍ରୋୱେଭରେ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ସ୍ୱାଦ ଏବଂ ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ?

ଆଜ୍ଞା ହଁ, ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ। ତେବେ ଏସବୁ ଖାଦ୍ୟ କଣ, ଜାଣନ୍ତୁ…

ସିଝା ଅଣ୍ଡାକୁ ଆଦୌ ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ। ଏହା ବ୍ୟତୀତ, ମାଇକ୍ରୋୱେଭରେ ଅଣ୍ଡାରୁ ନିର୍ମିତ ଖାଦ୍ୟକୁ ମଧ୍ୟ ଗରମ କରି ଗରମ କରି ଖାଆନ୍ତୁ ନାହିଁ।

ମାଇକ୍ରୋୱେଭରେ ଫ୍ରେଞ୍ଚ୍ ଫ୍ରା ଏବଂ ପକୋଡା ପରି ଫ୍ରାଏଡ୍ ଖାଦ୍ୟକୁ ଗରମ କରିବା ଠାରୁ ଦୂରେଇ ରୁହନ୍ତୁ। ମାଇକ୍ରୋୱେଭରେ ଫ୍ରାଏଡ ଖାଦ୍ୟ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଅଧିକାଂଶ ଲୋକ ନନଭେଜ ଖାଦ୍ୟକୁ ଗରମ କରି ଖାଇବା ପାଇଁ ପସନ୍ଦ କରନ୍ତି। ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଓଭେନରେ ଏହି ପ୍ରକାର ଖାଦ୍ୟ ଗରମ କରିବା ଦ୍ୱାରା ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ମାଇକ୍ରୋୱେଭରେ ଚା’ ମଧ୍ୟ ଗରମ ନ କରିବା ଉଚିତ୍। ପ୍ରଥମତଃ ଚା ତିଆରି କରି ଦୀର୍ଘ ସମୟ ରଖିବା ଦ୍ୱାରା ଏହା ଖରାପ ହୋଇ ଯାଇଥାଏ, ଯଦି ପୁନର୍ବାର ଏହାକୁ ମାଇକ୍ରୋୱେଭରେ ଗରମ କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକରାକ ହୋଇପାରେ।

ସବୁଜ ପତ୍ରଯୁକ୍ତ ପନିପରିବାକୁ ଓଭେନରେ ଗରମ କରିବାକୁ ବାରଣ କରାଯାଏ। ପାଳଙ୍ଗ ଓ ଅନ୍ୟାନ୍ୟ ପ୍ରକାର ଶାଗକୁ ଓଭେନରେ ଦ୍ୱିତୀୟ ଥର ଗରମ କରିବା ଅନୁଚିତ୍। ସବୁଜ ପନିପରିବାରେ ନାଇଟ୍ରେଟ୍ ଥାଏ, ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପାଲଟିଯାଏ, ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ବିପଦ ଆଶଙ୍କାକୁ ବୃଦ୍ଧି କରିପାରେ।

Related Posts

Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

Mumbai: The Bachchan family – Aishwarya Rai, Abhishek Bachchan and their daughter Aaradhya – drew considerable attention as they arrived at the Mumbai airport early on Sunday. Videos of the…

ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର,୦୮/୦୮:ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ…

Leave a Reply

Your email address will not be published. Required fields are marked *

You Missed

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି  ମୁଖ୍ୟମନ୍ତ୍ରୀ

ଦୟା ଓ୍ୱେଷ୍ଟ କେନାଲରୁ ଯୁବକଙ୍କ ମୃତଦେହ ଠାବ

ଦୟା ଓ୍ୱେଷ୍ଟ କେନାଲରୁ ଯୁବକଙ୍କ ମୃତଦେହ ଠାବ

ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣା: ୨ଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣା: ୨ଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

ବିଧବାଙ୍କୁ ଗଳାକାଟି ହତ୍ୟା

ବିଧବାଙ୍କୁ ଗଳାକାଟି ହତ୍ୟା

ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା; ରାଇଘର ବନ୍ଦ

ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା;  ରାଇଘର ବନ୍ଦ