ମଝି ନଦୀରେ ଡଙ୍ଗା ଓଲଟିଲା , ୨୭ ମୃତ ଓ ୧୦୦ନିଖୋଜ

ମଝି ନଦୀରେ ଓଲିଟିଲା ଯାତ୍ରୀବାହୀ ଡଙ୍ଗା। ଚାଲିଗଲା ୨୭ ଜଣଙ୍କ ଜୀବନ। ସେହିପରି ଅନେକ ଏବେବି ନିଖୋଜ ଅଛନ୍ତି। ତେବେ ଡଙ୍ଗାଟି କିଭିଳି ବୁଡ଼ିଲା ସେନେଇ କୌଣସି ସୂଚନା ନାହିଁ। ଉତ୍ତର ନାଇଜେରିଆର ନାଇଜର ନଦୀରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ମୁତାବକ, ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। ଡଙ୍ଗାଟି କୋଗି ରାଜ୍ୟରୁ ନାଇଜର ରାଜ୍ୟର ଏକ ଫୁଡ୍‌ ମାର୍କେଟକୁ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଛି। ଡଙ୍ଗାରେ ପ୍ରାୟ ୨୦୦ ଲୋକ ଥିଲେ। ଅଧିକାଂଶ ଖାଦ୍ୟ ବ୍ୟବସାୟୀ ଥିଲେ। ନାଇଜର ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖପାତ୍ର ଇବ୍ରାହିମ ଅଡୁଙ୍କ ଅନୁଯାୟୀ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୭ ଟି ମୃତଦେହ ଉଦ୍ଧାର କରିଛନ୍ତି।
କୋଗି ରାଜ୍ୟ ଜରୁରୀକାଳୀନ ସେବା ମୁଖପାତ୍ର ସେଣ୍ଡ୍ରା ମୁସା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଏବେବି ଆହୁରି ଅନେକ ଲୋକ ନିଖୋଜ ଉଦ୍ଧନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏବେବି ଅନ୍ୟ କାହାର ପତ୍ତା ମିଳିନାହିଁ। ଡଙ୍ଗାରେ ଅଧିକାଂଶ ବ୍ୟବାସୟୀ ଥିଲେ। ଏମାନେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ନଥିଲେ। ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅଶଙ୍କା କରାଯାଉଛି।
ଏହି ଦୁର୍ଘଟଣାର କାରଣ ସରକାରୀ ଭାବେ ଜଣା ପଡିନାହିଁ, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି। ନାଇଜେରିଆର ଦୁର୍ଗମ ଅଞ୍ଚଳରେ ସଡକ ସୁବିଧା ଅଭାବରୁ ଲୋକମାନେ ପ୍ରାୟତଃ ଜଳପଥ ବ୍ୟବହାର କରନ୍ତି, ଯାହା ଫଳରେ ଡଙ୍ଗାରେ ଅଧିକ ଭିଡ ହୋଇଥାଏ। ଏଥିଲାଗି ଅନେକ ସମୟରେ ଦୁର୍ଘଟଣା ଘଟେ।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”