ମର୍ମନ୍ତୁଦ ଦୁର୍ଘଟଣା: ୨ ସ୍କୁଟି ଆରୋହୀ ମୃତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ । ବାକି ଜଣେ ଗୁରୁତର ହୋଇଛନ୍ତି । ଯାହାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମଙ୍ଗଳବାର ଦିନ ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ଦୁଇ ସ୍କୁଟି ଆରୋହୀଙ୍କ ଧକ୍କା ଦେଇଥିଲେ ଅଜଣା ଗାଡ଼ି । ଯାହାଫଳରେ ଦୁଇ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଯୋଡ଼ା ଥାନା ବିଲେଇପଦା କାରଣସାହିର ନିରଞ୍ଜନ ମଲ୍ଲିକ ଓ ଦାମପୁର ଅଞ୍ଚଳ ସଚିନ ମହାକୁଡ଼ । ବାକି ଗୁରୁତର ଥିବା ବ୍ୟକ୍ତି ଜଣଙ୍କ କଣ୍ଡରା ଅଞ୍ଚଳ ମୁନା ମହାକୁଡ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Related Posts

    ରାଜଧାନୀରେ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

    ଭୁବନେଶ୍ଵର:ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଘଟିଛି ଏହି ଅଭାବନୀୟ ଘଟଣା। ହସ୍ପିଟାଲ ବାଥରୁମ୍ ଭିତରୁ ମିଳିଛି ମୃତଦେହ।…

    ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

    ଭୁବନେଶ୍ଵର:ରାଜଧାନୀର ଏ.ଜି. ଛକରେ ସିରିଜ ଦୁର୍ଘଟଣା। କାରକୁ ପିଟିଲା ହାଇୱା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ କାର ଗାଡ଼ି ଚାଳକ ଓ ଯାତ୍ରୀ। ହାଇୱା ଟ୍ରକ୍ ଟି ରାଜମହଲରୁ କଲ୍ପନା ଆଡ଼କୁ ଯାଉଥିବା ବେଳେ କାରଟି ବିମାନ ବନ୍ଦରରୁ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା।…

    Leave a Reply

    Your email address will not be published. Required fields are marked *

    You Missed

    ରାଜଧାନୀରେ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

    ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

    ୪୪ ହଜାର ଶିକ୍ଷକ ପଦବୀ ପୂରଣ ନିଷ୍ପତ୍ତି ପ୍ରତ୍ୟାହାର

    ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି

    ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଓ ଭିଟାମିନ-ଏ ଅଭିଯାନ

    ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ