ମହିଳାଙ୍କ ଗଳାକାଟି ହତ୍ୟା

କଟକ: ଦିନ ଦ୍ୱିପ୍ରହରରେ ମହିଳାଙ୍କୁ କଟୁରୀରେ ହାଣି ବିଭତ୍ସ ହତ୍ୟା କରାଯାଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି ତାଙ୍କ ପଡୋଶୀ । ଘଟଣାସ୍ଥଳରେ ସିଆରଆରଆଇ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ, କଟକ ଗାନ୍ଧିପଲ୍ଲୀ କୁଷ୍ଠଶ୍ରମ ସରକାରୀ କ୍ୱାଟରରେ ରହୁଥିବା ପ୍ରିୟତମା ଦଳାଇଙ୍କୁ ହତ୍ୟା କଲେ ତାଙ୍କ ପଡୋଶୀ ସନ୍ତୋଷ ସିଂହା । ସନ୍ତୋଷକୁ ଅଟକାଇବାକୁ ଯାଇ ତାଙ୍କ ମା’ ବିଜୁଳି ରାଣି ସିଂହ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ମିଳିଥିଲା ସୂଚନା ମୁତାବକ ସନ୍ତୋଷ ସହିତ ତାଙ୍କ ପଡୋଶୀ ପ୍ରିୟତମା ଓ ତାଙ୍କ ସ୍ୱାମୀ ତିରିମତ ଝଗଡା କରୁଥିଲେ । ଅନେକ ଥର ମାମଲା ଥାନାକୁ ମଧ୍ୟ ଯାଇଥିଲା । ସନ୍ତୋଷ ଆଉ ଝଗଡା କରିବେ ନାହିଁ ବୋଲି ଥାନାକୁ ଜଣାଇବା ପରେ ବିବାଦ ପ୍ରଶମିତ ହୋଇଥିଲା । କିନ୍ତୁ ସନ୍ତୋଷ ଏନେଇ ରାଗ ରଖିଥିଲେ । ଆଜି ପୂର୍ବ ଯୋଜନା ମୁତାବକ ସେ ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରିୟତମାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

  • Related Posts

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମୋହନା: ପୁଣି ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ।…

    ଚାଞ୍ଚଲ୍ୟକର ପ୍ରତିକ୍ରିୟା:ବୋଲି ଝିଅ ନିଜେ ଆତ୍ମହତ୍ୟା କରିଛି

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, ମୋ ଝିଅ ବାନ୍ଧି ହୋଇ ପୋଡ଼ି ମରିଥିବା ମୁଁ ଅନୁମାନ କରୁଛି । ତାର ବାନ୍ଧି ହୋଇ ପୋଡ଼ି…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”