
ଭୁବନେଶ୍ବର: ନାଇଟ୍ ସିଫ୍ଟ କରିବେ ମହିଳା କର୍ମଚାରୀ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ସେଲ୍ଫ ଡିକ୍ଲାରେସନ ଦେଇ ମହିଳା କାର୍ୟ୍ୟ କରିବେ । ଏହାର ଅର୍ଥ ନିଜ ସୁରକ୍ଷା ମହିଳା ନିଜେ କରିବେ । ସରକାରଙ୍କ ତରଫରୁ ଆମେ କିଛି କରିବୁ ନାହିଁ । ମହିଳା କର୍ମଚାରୀ ସେଲ୍ଫ ଡିକ୍ଳାରେସନ ଦେଇସାରିବା ପରେ ସରକାରଙ୍କର ଆଉ କିଛି ଦାଇତ୍ୱ ନାହିଁ । ଏହାର ଅର୍ଥ ସରକାର ସୁରକ୍ଷା ଦେଇପାରୁ ନାହାନ୍ତି । ନାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କର ମନୋଭାବ ନାହିଁ । ସେଲ୍ଫ ଡିକ୍ଳାରେସନ ଦେଇସାରିବା ପରେ କୌଣସି ଅଘଟଣ ହେଲେ ମହିଳା ଦାୟୀ ରହିବେ, ସରକାର ନୁହେଁ । ସରକାର ନିଜ ମୁଣ୍ଡରୁ ଦୋଷ ଖସେଇ ଦେବା ପାଇଁ ଏଭଳି କରିଛନ୍ତି । ମହିଳା ସେଲ୍ଫ ଡିକ୍ଳାରେସନ ଦେଇ କାମ କଲେ, ସରକାର କାହିଁକି ଅଛନ୍ତି ? ସରକାରଙ୍କ ନୀତି ନିୟମ ଓ ଶାସନ ବ୍ୟବସ୍ଥା କାହିଁକି ଅଛି ? ମହିଳା ଯଦି ନିଜ ସୁରକ୍ଷା ନିଜେ କରିବେ, ସରକାର କାହିଁକି ଅଛନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ।