ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ – ଧର୍ମେନ୍ଦ୍ର

କୋଏମ୍ବାଟୁର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତରେ ଥିବାବେଳେ କୋଏମ୍ବାଟୁର ସ୍ଥିତ ଭାରତର ଅଗ୍ରଣୀ ପୋଷାକ ଉତ୍ପାଦନକାରୀ କମ୍ପାନୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି । ଗସ୍ତକାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ମିଲରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ଶୁଣିବା ସହ ଖୁସି ପ୍ରକାଶ କରିଥିଲେ । ସେ କହିଛନ୍ତି କେପିଆର ମିଲ୍ ନବସୃଜନ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଏବଂ ଭବିଷ୍ୟତ-କେନ୍ଦ୍ରିତ ଆଭିମୁଖ୍ୟ ଦ୍ୱାରା ଚାଳିତ ବୟନ କ୍ଷେତ୍ରରେ ଏକ ଅବିଶ୍ୱସନୀୟ ଛାପ ଛାଡିଛି । ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ । ଓଡ଼ିଶା ସମେତ ବହୁ ସଂଖ୍ୟକ ମହିଳାଙ୍କୁ ନିଯୁକ୍ତି ଦେଇ ଏହି କମ୍ପାନୀ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି । ଏହାଦ୍ୱାରା ମହିଳା କର୍ମଚାରୀମାନେ ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଶିକ୍ଷା ମାଧ୍ୟମରେ ଏକ ନୂଆ ଐତିହ୍ୟ ସୃଷ୍ଟି କରିପାରିଛନ୍ତି । କେପିଆର ମିଲ୍ ଲିମିଟେଡ୍ ଜନସାଧାରଣ ଏବଂ ଅର୍ଥନୀତିରେ ପୁଞ୍ଜିନିବେଶ କରିବାର ପରିଭାଷାକୁ ବଦଳାଇଛି । କେପିଆର ମିଲ୍ ଏହାର ମହିଳା କର୍ମଚାରୀଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବା ପାଇଁ ସୁଯୋଗ ଦେଉଛି । ମିଲ୍ ବାହାରେ ଉଜ୍ଜ୍ୱଳ କ୍ୟାରିଅର ସୁଯୋଗ ହାସଲ କରିବା ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି । କର୍ମଚାରୀଙ୍କୁ ସଶକ୍ତ କରିବାରେ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବାରେ ବିଶ୍ୱରେ ଏହି କମ୍ପାନୀ ଏକ ଉଦାହରଣ ତିଆରି କରିଛି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ କୋଏମ୍ବାଟୁର ଏବଂ ତିରୁପୁରର ପ୍ରତିଷ୍ଠିତ ଶିକ୍ଷାବିତ୍, ଶିଳ୍ପପତି ଏବଂ ବୁଦ୍ଧିଜୀବୀଙ୍କ ସହ ଶିକ୍ଷା, ଇନୋଭେସନ, ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗୀ କ୍ଷେତ୍ର ଉପରେ ଥିବା ସମ୍ଭାବନା ଉପରେ ବିସ୍ତୁତ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ବିଭିନ୍ନ ଦିଗ ଯଥା ମାତୃଭାଷା ଆଧାରିତ ଶିକ୍ଷା, କ୍ରେଡିଟ୍ ଫ୍ରେମଓ୍ୱାର୍କ ଏବଂ ଭବିଷ୍ୟତର ଦିଗ ଗୁଡ଼ିକ ଉପରେ ଚର୍ଚ୍ଚା କରିଥିଲେ ।

  • Garvita Odia

    Related Posts

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି । ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ (ସେକେଣ୍ଡ…

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ଭୁବନେଶ୍ୱର: କିଟ୍‌ ୟୁନିଭର୍ସିଟିରେ ଲଗାତାର 2 ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । କିଟ୍‌କୁ ଦାୟୀ କରିଛି ୟୁଜିସି । କିଟ୍‌ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଆଙ୍ଗୁଳି ଉଠାଇଛି UGC ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା