ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର,୦୮/୦୮:ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଏହି ସମ୍ମିଳନୀ ରେ ଯୋଗ ଦେଇ ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ। ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାରରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ ବୋଲି କହିଥିଲେ । ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ମାନସିକ ବିକାର, ଛୋଟ ପିଲାଙ୍କ ମାନସିକ ଚାପକୁ କିପରି ନିୟନ୍ତ୍ରଣ କରିହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବଲାଙ୍ଗିର, ବରଗଡ, ଅନୁଗୁଳ, ସୁବର୍ଣ୍ଣପୁର ଏବଂ କନ୍ଧମାଳ ଜିଲ୍ଲାରୁ ଆସିଥିବା ମାନସିକ ରୋଗ ଏବଂ ମାନସିକ ବିଷାଦରୁ ମୁକ୍ତ ହୋଇଥିବା ବ୍ୟକ୍ତିବିଶେଷ ଏ ବାବଦରେ ବୁଝାଇବା ସହ ସେଥିରୁ ମୁକୁଳିବା ପାଇଁ ନିଜର ଚିନ୍ତାଧାରାକୁ ସକାରାତ୍ମକ କରିବା ଏବଂ ମନଭିତରକୁ ପ୍ରବେଶ କରୁଥିବା ନକାରାତ୍ମକ ଚିନ୍ତାଧାରାକୁ ଦୂରେଇ ମାନସିକ ଚାପରୁ ମୂକୁଳିବାର ଉପାୟ ମାନ ପ୍ରଦାନ କରଯାଇଥିଲା । ଏହି ବୈଠକରେ ସ୍ଵତନ୍ତ୍ର ସଚିବ ଡା. ଜିତେନ୍ଦ୍ର ମୋହନ ବେବୋର୍ଥା, ଅବସରପ୍ରାପ୍ତ ଆଇ.ଏ.ଏସ ଶ୍ରୀମତୀ ବ୍ରତାତି ହରିଚନ୍ଦନ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ଭୁବନେଶ୍ଵର, ୦୮ / ୦୮: ରାଜ୍ୟ ସରକାର ସବୁ ବର୍ଗର ହିତାଧିକାରୀଙ୍କ ଭଳି ଦିବ୍ୟାଙ୍ଗଙ୍କ ହିତ ପ୍ରତି ପ୍ରାଧାନ୍ୟ ଦେଇ ସଦା ସର୍ବଦା ସମର୍ପିତ ରହି କାର୍ଯ୍ୟ କରୁଛନ୍ତି l ସେହି କ୍ରମରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର…

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ନୂଆଦିଲ୍ଲୀ : ବିଚ୍‌ ରାସ୍ତାରେ ଯୁବକଙ୍କ ଜୀବନ ରକ୍ଷା କଲେ ଟ୍ରାଫିକ୍‌ ପୁଲିସ । ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ହରିୟାଣାର ଗୁରୁଗାଓଁରେ ଟ୍ରାଫିକ୍‌ ପୁଲିସ ଭାବେ କାର୍ଯ୍ୟରତ ଏଏସଆଇ କୃଷ୍ଣ କୁମାର ମାନବିକତା ଓ…

    Leave a Reply

    Your email address will not be published. Required fields are marked *

    You Missed

    ରାଜଧାନୀରେ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

    ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

    ୪୪ ହଜାର ଶିକ୍ଷକ ପଦବୀ ପୂରଣ ନିଷ୍ପତ୍ତି ପ୍ରତ୍ୟାହାର

    ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି

    ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଓ ଭିଟାମିନ-ଏ ଅଭିଯାନ

    ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ