କଟକ: କଟକ ଜିଲା ମାହାଙ୍ଗା ବ୍ଲକର କର୍ମଚାରୀମାନଙ୍କର ଜୁଲାଇ ମାସର ଦରମା ବନ୍ଦ କରାଯାଇଛି। ଛୁଟି ବାତିଲ ସତ୍ବେ କର୍ମଚାରୀ କାର୍ୟ୍ୟାଳୟ ନ ଆସିବାରୁ ଜିଲାପାଳ ସେମାନଙ୍କ ଦରମା ବନ୍ଦ କରିଛନ୍ତି।
କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁ କର୍ମଚାରୀମାନଙ୍କର ଛୁଟି ବନ୍ଦ କରିଥିଲେ ଜିଲାପାଳ। କିନ୍ତୁ ୪ର୍ଥ ଶନିବାର ଦର୍ଶାଇ କର୍ମଚାରୀମାନେ କାର୍ୟ୍ୟାଳୟକୁ ଆସି ନ ଥିଲେ। ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲାପାଳ ଏହି ଘଟଣାରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ଵରୂପ କର୍ମଚାରୀମାନଙ୍କର ଜୁଲାଇ ମାସର ଦରମା ବନ୍ଦ କରିଥିବା ସୂଚନା ମିଳିଛି।