ମା’ ସମଲେଶ୍ଵରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ଭୁବନେଶ୍ବର,28/08: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମଓଡ଼ିଶା ଚଳଚଞ୍ଚଳ ହୋଇପଡ଼ିଛି। ଏହି ଅବସରରେ ଗୁରୁବାର ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ଏଥିପାଇଁ ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରୁ ନବାନ୍ନ ଅଣାଯାଇଥିଲା। ସେହିପରି ବଲାଙ୍ଗୀରରେ ଇଷ୍ଟଦେବୀ ପାଟଣେଶ୍ଵରୀଙ୍କ ନିକଟରେ ବି ନବାନ୍ନ ଲାଗି ହୋଇଛି। ନୂଆଖାଇ ପାଇଁ ସମଲେଶ୍ଵରୀ ପୀଠ ଉତ୍ସବମୁଖର ହୋଇପଡ଼ିଛି। ଘଣ୍ଟବାଦ୍ୟରେ ଦୁଲୁକୁଛି ମା’ଙ୍କ ପୀଠ। ଘରେ ଘରେ ପିଠାପଣାର ଆସର ଜମିଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମା’ ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସପରିବାରଙ୍କ ସହ ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା । ବନ୍ଧୁ ବାନ୍ଧବ ସମସ୍ତେ ରାଗ ରୋଷ, ମାନ ଅଭିମାନ ଭୁଲି ପରିବାର ସାରା ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି।

  • Related Posts

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…

    Continue reading
    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା