ମେ’ ପହିଲା ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ମେ’ ୧ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟାକା ପବନ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବ । ସାରା ରାଜ୍ୟରେ କୁଆପଥର ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୁଖ୍ୟତଃ ଅପରାହ୍ନ ପରେ ପରେ କୁଆପଥର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ମାତ୍ରା ଅଧିକ ରହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୁଆପଥର, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିବ । ଯାହାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି । ଏସବୁ ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୪୦ରୁ ୫୦ କିମି ରହିବ ।ଆସନ୍ତାକାଲି ବର୍ଷା ଆହୁରି ବଢ଼ିବ । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଜିଲ୍ଲା ଗୁଡ଼ିକ ହେଉଛି ମୟୂରଭଞ୍ଜ, କୋନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଗଜପତି । ଏସବୁ ଜିଲ୍ଲାରେ କୁଆପଥର ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୫୦ରୁ ୬୦ କିମି ରହିବ । ସେପଟେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନଳ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୪୦ରୁ ୫୦ କିମି ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • Garvita Odia

    Related Posts

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ପୁରୀ: ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ । ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଭାବେ ଆଜି ଅକ୍ଷୟ ତୃତୀୟାରୁ ରଥକାଠ ଅନୂକୁଳ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ତିନି ରଥର…

    ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ୟ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ୟ୍ୟକାରୀ କରାଯାଇ ଚାଷୀ ମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ – ମୁଖ୍ୟମନ୍ତ୍ରୀ

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

    ଭାରତ-ପାକ୍ ଉତ୍ତେଜନା ଭିତରେ ଜାତିସଂଘର ଏଣ୍ଟ୍ରି

    ଭାରତ-ପାକ୍ ଉତ୍ତେଜନା ଭିତରେ ଜାତିସଂଘର ଏଣ୍ଟ୍ରି

    ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

    ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

    ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

    ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ