ଯୁବକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ:ଅଭିଯୁକ୍ତ ଗିରଫ

ପୁରୀ: ତାସ୍ ଖେଳରେ ହାର୍ ଜିତକୁ ନେଇ ତୁମୁଳକାଣ୍ଡ। ଯୁବକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ। ୨ ଦିନ ତଳେ ପୁରୀ ଜିଲ୍ଲା ନିମାପଡ଼ା ଏନଏସି ଅନ୍ତର୍ଗତ ପାଟପୁର ଜୈନାବାଦ ମଲ୍ଲିକ ସାହି ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଦିନ ତଳେ ମଲ୍ଲିକ ସାହି ଗ୍ରାମର ଅଜୟ ମଲ୍ଲିକ ଘର ସାମ୍ନାରେ ବସି ତାସ୍ ଖେଳୁଥିଲେ। ତାଙ୍କ ସହିତ ସେହି ଗ୍ରାମର ଆଉ ଜଣେ ବ୍ୟକ୍ତି ଜଗୁ ଓରଫ ଏସ କେ ସଲିମ ମଧ୍ୟ ଖେଳୁଥିଲେ। କିଛି ସମୟ ପରେ ହାର୍ ଜିତକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ଜଗୁ ଓରଫ ଏସ କେ ସଲିମ୍ ନିଶାସକ୍ତ ଅବସ୍ଥାରେ ଏକ ଭଙ୍ଗା କାଚ ସାହାଯ୍ୟରେ ଅଜୟଙ୍କ ବେକକୁ କାଟି ଦେଇଥିଲା। ସ୍ଥାନୀୟ ଲୋକେ ଅଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିମାପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅଜୟଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇ ଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧରେ କେସ ନମ୍ବର ୩୪/୨୫ରେ ଏକ ମାମଲା ରୁଜୁ କରିବା ସହିତ ଏସ କେ ସଲିମକୁ ଗିରଫ କରିଥିଲା। ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ