‘ରୁଫ୍ ଟପ୍ ଲଣ୍ଡନ’ ମାଲିକ ଗିରଫ

କଟକ: କଟକର ଏକ ସରକାରୀ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଧୋକା ଦେଇ ଗିରଫ ହୋଇଛନ୍ତି ଜଣେ ହୋଟେଲ୍‌ ମାଲିକ। ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍ ମାଲିକ ଜଣେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ୪୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଟଙ୍କା ମାଗିବାରୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଭଳି ସଙ୍ଗିନ୍‌ ଅଭିଯୋଗ ମଧୁପାଟଣା ଥାନାରେ ରୁଜୁ ହୋଇଥିଲା। ଏହି ଅଭିଯୋଗ ଆଧାରରେ ହୋଟେଲ୍ ମାଲିକ ଦୀପକ ବାରିକଙ୍କୁ ମଧୁପାଟଣା ଥାନା ପୁଲିସ ବାନ୍ଧିଛି।
ସୂଚନା ଅନୁଯାୟୀ, କଟକରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ଜଣେ ୩୯ ବର୍ଷୀୟା ମହିଳା କାର୍ଯ୍ୟ କରନ୍ତି। ତାଙ୍କ ମୂଳ ଘର କୋରାପୁଟ ଜିଲ୍ଲାରେ ହୋଇଥିବା ବେଳେ ସେ ସିଡିଏ ସେକ୍ଟର-୬ରେ ଘର ଭଡ଼ା ନେଇ ରହୁଥିଲେ। ୨୦୧୯ରେ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳର ଦୀପକ ବାରିକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀପକଙ୍କ ତ୍ରିଶୂଳିଆରେ ଏକ ହୋଟେଲ୍ ରହିଛି। ମହିଳାଙ୍କୁ ବିବାହର ପ୍ରତିଶ୍ରୁତ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ଦୀପକ। କୌଶଳକ୍ରମେ ଦୀପକ ଏକାଧିକ ପର୍ଯ୍ୟାୟରେ ପୀଡ଼ିତାଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ନେଇଥିଲେ। ପୀଡ଼ିତା ଏହି ଟଙ୍କା ନିଜ ଜମି ବିକ୍ରି କରି ଦେଇଥିଲେ। ଆଉ କିଛି ଟଙ୍କା ବ୍ୟାଙ୍କ ଋଣ କରି ମଧ୍ୟ ଦେଇଥିଲେ। ଟଙ୍କା ନେବା ପରେ ଦୀପକ ଆଉ ଧରାଛୁଆଁ ଦେଇ ନଥିଲା।
ପୀଡ଼ିତା ବାରମ୍ବାର ଟଙ୍କା ମାଗିବାରୁ ଦୀପକ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଗଲା ଏକ ମାସ ତଳେ ଯେତେବେଳେ ପୀଡ଼ିତା ଜଣକ ସାର୍ତ୍ତୋଳରେ ଥିବା ଦୀପକର ଘରକୁ ଟଙ୍କା ମାମଲାରେ ଆସିଥିଲେ, ସେତେବେଳେ ଦୀପକ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ ୩ ତାରିଖରେ ଏତଲା ଦିଆଯାଇଥିଲା। ପୁଲିସ ଏହି ଅଭିଯୋଗ ଆଧାରରେ ତଦନ୍ତ ସମୟରେ ପୀଡ଼ିତାଙ୍କ ବ୍ୟାଙ୍କ ଆକାଉଣ୍ଟ ସଂକ୍ରାନ୍ତ ତଥ୍ୟ ଜବତ କରିଛି। ଦୀପକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ସଫର ହେବାର ପ୍ରମାଣ ମିଳିଥିଲା। ତଣ୍ଟି ଚିପି ଦୀପକ ଯେଉଁ ଉଦ୍ୟମ କରିଥିଲା, ସେ ନେଇ ସାର୍ତ୍ତୋଳର କିଛି ଲୋକ ପୁଲିସ ସାମନରେ ବୟାନ ବି ଦେଇଛନ୍ତି। ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍‌ରେ ଚଢ଼ଉ କରି ଆଜି ତାକୁ ଗିରଫ କରାଯାଇଛି। ଅନ୍ୟପଟେ ପୀଡ଼ିତାଙ୍କ କଟକ ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିବା ମଧୁପାଟଣା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

  • Related Posts

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବୃଦ୍ଧି ପାଇଁ ଶ୍ରୀମନ୍ଦିର ପ୍ରଚଳିତ ଆଇନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ଉଚ୍ଚ ସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି। ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ବାରମ୍ବାର ଜବତ…

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ଭୁବନେଶ୍ବର : ବାରମ୍ବାର ତାଗିଦ୍ କରାଗଲା, ଚେତାବନୀ ମଧ୍ୟ ଦିଆଗଲା। ହେଲେ ଆଜି ବି ରାଜସ୍ବ ନିରୀକ୍ଷକ, ତହସିଲ ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟାଳୟରେ କର୍ମଚାରୀ, ଅଧିକାରୀଙ୍କ ଦେଖା ମିଳୁ ନାହିଁ। ଜରୁରୀ କାମରେ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ, କିନ୍ତୁ ଜନତାଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ

    ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ