ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର୍‌ । ସରକାରଙ୍କୁ ଘେରି ନାନା ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ । ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ୟୁପି କି ବିହାର ନୁହେଁ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରିଥିଲେ କି ? ପ୍ରମିଳା ମଲ୍ଲିକଙ୍କ ଘରେ ଜଣେ ମରି ଯାଇଥିଲେ । ତା ଉପରେ କହିବେ କି ? ଟୁକୁନି ସାହୁ ନିଜ ସ୍ଵାମୀଙ୍କ ହତ୍ୟା ପରେ କେଉଁ ଲାଭ ଲୋଭ ଉପରେ ଚୁପ୍ ରହିଥିଲେ । ଲେଖାଶ୍ରୀଙ୍କୁ ଅଭ୍ୟାସ ଗତ ବିରୋଧୀ ବୋଲି କହିଲେ ମନୋଜ । କିଛି ଲୋକ ନ୍ୟାୟିକ ତଦନ୍ତ କଥା କହୁଛନ୍ତି । କିନ୍ତୁ କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାରେ ନ୍ୟାୟିକ ତଦନ୍ତ ହେବା ପରେ କଣ ରିପୋର୍ଟ ଆସିଲା । କେହି ଜଣେ ହେଲେ ଧରା ପଡ଼ିଲେ କି ? ୧୪ କୋଟି ଟଙ୍କା ନ୍ୟାୟିକ କମିଶନ ତଦନ୍ତରେ ଖର୍ଚ୍ଚ ହେଲା । ତେଣୁ ବିରୋଧୀ ଦଳ ଯାହା କହୁଛନ୍ତି, ବୁଝି ବିଚାରି କୁହନ୍ତୁ ।ରାଜ୍ୟ ସରକାର ବଳଙ୍ଗା ପୀଡ଼ିତାଙ୍କୁ ତୁରନ୍ତ ଏମ୍ସରେ ଚିକିତ୍ସା ବ୍ୟବସ୍ଥା କଲେ । ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ଦିଲ୍ଲୀ ପଠାଇଲେ । କିନ୍ତୁ ଦୁର୍ଭାଗ୍ୟ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ଏ ଘଟଣାରେ ସମସ୍ତେ ଦୁଃଖିତ । ପୀଡ଼ିତାଙ୍କ ବାପା କହିଛନ୍ତି, ରାଜ୍ୟ ସରକାରଙ୍କ ସହାୟତାରେ ସେମାନେ ଖୁସି । କିନ୍ତୁ ଏଭଳି ସ୍ଥିତିରେ ବିରୋଧୀ ମାନେ ରାଜନୀତି କରୁଛନ୍ତି । ଯେତେବେଳେ ବଳଙ୍ଗା ପୀଡ଼ିତା ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ରାଜନୀତି କରିବା ପାଇଁ ପ୍ରତିଯୋଗିତା କରୁଥିଲେ । ଅନ୍ୟ ରୋଗୀ ହଇରାଣ ହେଲେ ।

  • Related Posts

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ…

    ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ

    ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି…

    Leave a Reply

    Your email address will not be published. Required fields are marked *

    You Missed

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ରୁଷରେ ଅଜିତ ଡୋଭାଲ

    ରୁଷରେ ଅଜିତ ଡୋଭାଲ

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ନବ ଦାସ ହତ୍ୟା ମାମଲା:  ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ