ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ରାଜଧାନୀର ଗାନ୍ଧୀମାର୍ଗ କମ୍ପିବ। ଦାବି ହାସଲ ପାଇଁ ଆନ୍ଦୋଳନ କରିବେ ବହୁ ଶିକ୍ଷକ ସଂଗଠନ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ସୋମବାର ଡକାଯାଇଛି। ସେହିପରି ଅଗଷ୍ଟ ୧୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସହ କେତେକ ଶିକ୍ଷକ ସଂଗଠନର ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୧୬ରେ ୪୮୮ବର୍ଗ ସମନ୍ୱୟ ସମିତି ପକ୍ଷରୁ ଆନ୍ଦୋଳନ କରାଯିବ। ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ, ପଦୋନ୍ନତି ସହିତ ଚାକିରି ସର୍ଭାବଳୀ ଭଳି ଦାବି ପୂରଣ ଦିଗରେ ସରକାରଙ୍କ ନିରବତା ପ୍ରତିବାଦରେ ଏହି ଆନ୍ଦୋଳନ ହେବ। ସେହିପରି ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ୧୬ ତାରିଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାସହ ପେନସନ ଓ ଚାକିରି ସର୍ତ୍ତାବଳୀ ଦାବିରେ ୧୬ରେ ଆନ୍ଦୋଳନ କରିବ ୬୬୨ ବର୍ଗ କଲେଜ ସଂଘ। ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ବରରେ ବିଶାଳ ସମାବେଶ ହେବାର କାର୍ୟ୍ୟକ୍ରମ ରହିଛି। ଏହାବାଦ୍ ଆହୁରି କିଛି ଶିକ୍ଷକ ସଂଗଠନ ୧୬ ତାରିଖରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ସୋମବାର ବସିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଇସ୍ପାତ ଏବଂ ଖଣି ବିଭାଗର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ଦାବିଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

  • Related Posts

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର: ବଳାଙ୍ଗା ପୀଡ଼ିତାଙ୍କ ମୃତୁ୍ୟକୁ ନେଇ ଇସ୍ତଫା ପ୍ରସଙ୍ଗରେ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତେବେ ମୁଁ…

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫ୍ଲାଗ ଅଫ କରି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ୟୁ ଏନ ମାଇଗ୍ରେସନ, ଏଇଡ଼ ଏଟ ଆକ୍ସନ ଓ ମାଇଗ୍ରେସନ ମଲ୍ଟି ପାର୍ଟନର ଟ୍ରଷ୍ଟ ଫଣ୍ଡର…

    Leave a Reply

    Your email address will not be published. Required fields are marked *

    You Missed

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ