ଶିକ୍ଷା ମନ୍ତ୍ରାଳୟର ବାର୍ଷିକ କ‌ାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ର ଗିନିଜ୍‌ ୱାର୍ଲ୍ଡ ରେକର୍ଡ

‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଗିନିଜ୍ ବିଶ୍ୱ ରେକର୍ଡ ଗ୍ରହଣ କରିବା ବହୁତ ଆନନ୍ଦ ଏବଂ ବ୍ୟକ୍ତିଗତ ସନ୍ତୋଷର ବିଷୟ- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରାଳୟର ପଦକ୍ଷେପ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଚାଲିଥିବା ବାର୍ଷିକ କ‌ାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ଗିନିଜ୍‌ ୱାର୍ଲ୍ଡ ରେକର୍ଡ କରିଛି। ଗୋଟିଏ ମାସ ମଧ୍ୟରେ ନାଗରିକଙ୍କ ସହ ଯୋଡ଼ିହେବା ମଞ୍ଚ(ସିଟିଜେନ୍‌ ଏନଗେଜ୍‌ମେଣ୍ଟ ପ୍ଲାଟଫର୍ମ)ରେ ସର୍ବାଧିକ ପଞ୍ଜୀକରଣ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଏ‌ହି ରେକର୍ଡ କରିଛି। ୨୦୨୫ରେ ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣରେ ମାଇଁ ଗଭ୍‌ ପ୍ଲାଟଫର୍ମରେ ୩.୫୩ କୋଟି ପଞ୍ଜୀକରଣ ହୋଇଛି।
ଧର୍ମେନ୍ଦ୍ର ପ୍ରଧାନ ଏନେଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଅଶ୍ୱିନୀ ବୈଷ୍ଣବ ଏବଂ ଜିତିନ ପ୍ରସାଦଙ୍କ ସହ ‘ ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଗିନିଜ୍ ବିଶ୍ୱ ରେକର୍ଡ ଗ୍ରହଣ କରିବା ବହୁତ ଆନନ୍ଦ ଏବଂ ବ୍ୟକ୍ତିଗତ ସନ୍ତୋଷର ବିଷୟ। ପିପିସି ୨୦୨୫ ୩.୫୩ କୋଟି ପଞ୍ଜୀକରଣ ଏବଂ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକଙ୍କ ସହ ବିଶ୍ବ ରେକର୍ଡ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଇଁ ସମସ୍ତଙ୍କୁ, ବିଶେଷକରି ଛାତ୍ର, ଶିକ୍ଷକ, ପ୍ରଧାନଶିକ୍ଷକ, ଅଭିଭାବକ ଏବଂ ବିଦ୍ୟାଳୟକୁ ଅଭିନନ୍ଦନ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଗିନିଜ୍‌ ୱାର୍ଲ୍ଡ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ, ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ, ଇଲେକଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏବଂ ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

  • Related Posts

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ମୋହାଲି: ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଅନେକ ଆହତ ହୋଇଥିବା…

    ରୁଷରେ ଅଜିତ ଡୋଭାଲ

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଘଝଇ) ଅଜିତ ଡୋଭାଲ…

    Leave a Reply

    Your email address will not be published. Required fields are marked *

    You Missed

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ରୁଷରେ ଅଜିତ ଡୋଭାଲ

    ରୁଷରେ ଅଜିତ ଡୋଭାଲ

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ନବ ଦାସ ହତ୍ୟା ମାମଲା:  ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ