ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି:ଭକ୍ତ

ଭୁବନେଶ୍ବର: ସରକାରୀସ୍ତରରେ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି। ନଦୀଜଳକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ସଠିକ ଯୋଜନା କିମ୍ବା ଆଗତ ଦୂରଦୃଷ୍ଟି ନାହିଁ। ୩ଟି ନୁହେଁ, ୫ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ସରକାର ମୟୂରଭଞ୍ଜଜିଲ୍ଲା କଥା କହୁନାହାନ୍ତି। କିନ୍ତୁ ସେ ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜୁଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏହା କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ- ବନ୍ୟାରେ ୩୦ ହାଜର ଲୋକ ପ୍ରଭାବିତ ହୋଇଛନ୍ତି। ୮ଟି ବ୍ଲକ ମଧ୍ୟ ପ୍ରଭାବିତ ହୋଇଛି। ୭ଦିନରେ ୧୦ ହାଜର ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କି? ପ୍ରତେକ ଜିଲ୍ଲାରେ ମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି? ବନ୍ୟାରେ କ୍ଷୟକ୍ଷତିର ସମ୍ପୂର୍ଣ ତଥ୍ୟ, ମୃତଙ୍କ ସଂଖ୍ୟା ଏବଂ କେତେ ଚାଷଜମି ନଷ୍ଟ ହୋଇଛି ତାହାର ସମୀକ୍ଷା ହୋଇଛି କି? ବନ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା କେତେ ପ୍ରଦାନ କରିଛନ୍ତି ଏବଂ ରାଜ୍ୟ ସରକାର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ହିସାବ ଦିଅନ୍ତୁ।କଂଗ୍ରେସ ଦାବି କରୁଛି ଯେ, ବନ୍ୟାରେ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେଥିପାଇଁ ଗୋଟିଏ ମାସ ରିଲିଫ ପ୍ରଧାନ କରାଯାଉ। ଚାଷୀ ଏବଂ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଉ। ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ କରାଯାଉ। ୩ ଜିଲ୍ଲା ନୁହେଁ ସମ୍ପୂର୍ଣ ୫ ଜିଲ୍ଲାରେ ସମସ୍ତ ବ୍ଲକର କ୍ଷୟକ୍ଷତି ଆକଳନ କରି ଭରଣା ପ୍ରଦାନ କରାଯାଉ। ବନ୍ୟାଜଳ ନିୟନ୍ତ୍ରଣ ପାଇଁ ସ୍ଥାୟୀ ସମାଧାନ କରାଯାଉ।

  • Related Posts

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ…

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ଭୁବନେଶ୍ୱର:ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଉତ୍ତର…

    Leave a Reply

    Your email address will not be published. Required fields are marked *

    You Missed

    ୧୫ ତାରିଖ ଯାଏଁ ବଢ଼ିଲା ଇଗ୍ନୋର ନାମଲେଖା ଅବଧି

    ୧୫ ତାରିଖ ଯାଏଁ ବଢ଼ିଲା ଇଗ୍ନୋର ନାମଲେଖା ଅବଧି

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି