ସରକାରଙ୍କ ଦାୟିତ୍ୱହୀନତା ଓ ନିଷ୍କ୍ରିୟତା ପାଇଁ ଜଳୁଛି ଛାତ୍ରୀଙ୍କ ଜୀବନ: ବିଜେଡି

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣା, ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ମାରିଦେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ କିରୋସିନ ଢାଳି ହୋଇ ଆତ୍ମାହୂତି ଦେବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଘଟଣାରେ ସରକାରଙ୍କ ନିଷ୍କ୍ରିୟତା ଓ ପୋଲିସ୍ ବିଭାଗର ଦାୟିତ୍ୱହୀନତାକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ ଓ ସୋଫିଆ ଆଲାମ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପୋଲିସ୍ର ନିଷ୍କ୍ରିୟତା ଓ ଦୁର୍ବଳ ଶାସନ ପାଇଁ ପୁଣି ଜଣେ ଛାତ୍ରୀଙ୍କୁ ମୃତୁ୍ୟ ମୁଖକୁ ଠେଲି ଦେଇଛି ବିଜେପି ସରକାର । ଆଉ କେତେ ଜଣ ଜଳିଲେ, ଏ ସରକାର ଚେତିବେ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେପି ସରକାରକୁ ଆସିବା ପରେ ଶାନ୍ତିପି୍ରୟ ଓଡ଼ିଶାରେ ନାରୀ ନିର୍ୟାତନା ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ପୀଡ଼ିତା ଛାତ୍ରୀ ଜନୈକ ଯୁବକଙ୍କ ଦ୍ୱାରା ନିର୍ୟାତନାର ଶିକାର ହେଲା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗକୁ ପୋଲିସ୍ ଗ୍ରହଣ ନ କରି, ଯେଉଁ ନମ୍ବରରୁ ତୁମକୁ ଫୋନ୍ କଲ୍ କିମ୍ବା ମେସେଜ୍ ଆସୁଛି, ସେ ନମ୍ବରକୁ ବ୍ଲକ କରି ନିରାପଦରେ ରହିବା ପାଇଁ ପରାମର୍ଶ ଦେଇଥିଲେ, ଏହା ପୋଲିସ୍ର କର୍ତ୍ତବ୍ୟ ପାଳନରେ ଚରମ ଅବହେଳା ନୁହେଁ କି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।ଆମର ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଜିରୋ ଏଫଆଇଆର ରେଜିଷ୍ଟ୍ରେସନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ, ସେ ନିଦେ୍ର୍ଦଶକୁ କ’ଣ ପାଇଁ ପୋଲିସ୍ ଓ ଡିଜିପି କାର୍ୟ୍ୟକାରୀ କଲେ ନାହିଁ ? ଯଦି ପୋଲିସ୍ ପୀଡ଼ିତାଙ୍କ ଏତଲାକୁ ଗ୍ରହଣ କରି କାର୍ୟ୍ୟାନୁଷ୍ଠାନ ନେଇଥାନ୍ତା, ତାହେଲେ ଆଜି ଆଉ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇ ଥାଆନ୍ତା । ପୀଡ଼ିତା ମୃତୁ୍ୟବରଣ କଲା ପରେ କେନ୍ଦ୍ରାପଡ଼ା ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଠାରୁ ମୁଁ ତଦନ୍ତ ଦାୟିତ୍ୱ ହାତକୁ ନେଉଛି । ଆମର ପ୍ରଶ୍ନ ଏପର୍ୟ୍ୟନ୍ତ ପୋଲିସ୍ ତଦନ୍ତ ଦାୟିତ୍ୱ କେଉଁ ଆଉଟ୍ସୋର୍ସିଂ ସଂସ୍ଥା ଦ୍ୱାରା କରାଉଥିଲେ କି ? ଏସ୍ପିଙ୍କ ବୟାନରୁ ଜଣାପଡୁଛି, ପୋଲିସ୍ ତା’ କାର୍ୟ୍ୟରେ ଶତପ୍ରତିଶତ ଅବହେଳା କରିଛି । ପୋଲିସ୍ର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇବାରେ ଅସହାୟ । ଏହି ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ ଏବଂ ଅପାରଗ ପୋଲିସ୍ ମହାନିଦେ୍ର୍ଦଶକ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି ।

  • Related Posts

    ନାଟର ଗୋବର୍ଦ୍ଧନ ଅପରାଜିତା

    ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ…

    ବଳଙ୍ଗା ମାମଲାରେ କଂଗ୍ରେସର ଅଭିଯୋଗ:ସରକାରଙ୍କ ନିର୍ଦେଶରେ କାମ କରୁଛି ପୁଲିସ

    ଭୁବନେଶ୍ୱର,: ବଳଙ୍ଗା ମାମଲାରେ ଗୁରୁତର କଂଗ୍ରେସ ଆଣିଲା ଅଭିଯୋଗ। ପୁଲିସ୍ ଡିଜି ଗଣମାଧ୍ୟମରେ ଦେଇଥିବା ଦେଇଥିବା ସୂଚନା ସରକାରଙ୍କ ପ୍ରାୟୋଜିତ। ତଦନ୍ତ ବେଳେ ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହଁ । କିନ୍ତୁ ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁସାରେ କାମ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”