ସର୍ବଭାରତୀୟ ନିଟ୍‌ ପିଜି ପରୀକ୍ଷାରେ ଟପ୍ପର କଟକର ପୁଷନ ମହାପାତ୍ର

ନୂଆଦିଲ୍ଲୀ:ସର୍ବଭାରତୀୟ ନିଟ୍‌ ପିଜି ପରୀକ୍ଷାରେଦେଶର ଅଢ଼େଇ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଟପ୍ପର ସାଜିଛନ୍ତି କଟକ କାଳିଗଳିର ସୁନା ପୁଅ ପୁଷନ ମହାପାତ୍ର। ସେ ସମୁଦାୟ ୮୦୦ ନମ୍ବରରୁ ୭୦୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଇଚ୍ଛା ଥିଲେ ସବୁ ସମ୍ଭବ। ସବୁଠାରୁ କଠିନ କାମକୁ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ଓଡ଼ିଆ ପୁଅ। ସର୍ବଭାରତୀୟ ନିଟ୍‌ ପିଜି ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ପୁଅ ପୁଷନ ମହାପାତ୍ର। ଏବେ ପୁଷନ କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ଏମ୍‌ବିବିଏସ୍‌ ପଢୁଛନ୍ତି।
ଆଗକୁ ସେ ମେଡିସିନ୍‌ ଓ ରେଡିଓଲୋଜିରେ ସ୍ନାତକୋତ୍ତର କରିବାର ଲକ୍ଷ୍ୟ ରଖିଛନ୍ତି। କଠିନ ପରିଶ୍ରମ ଦ୍ବାରା ସବୁକିଛି ହାସଲ କରିହେବ ବୋଲି କୁହନ୍ତି ପୁଷନ। ନିଜ ସଫଳତାର ଶ୍ରେୟ ସେ ତାଙ୍କ ବାପାମାଆ ଓ ବଡ଼ ଭଉଣୀଙ୍କୁ ଦେଇଛନ୍ତି। ଏଠାରେ ଆମେ ଜଣାଇ ଦେବାକୁ ଚାହିଁବୁ ଯେ, ପୁଷନଙ୍କ ବଡ଼ ଭଉଣୀ ମଧ୍ୟ ଜଣେ ଡାକ୍ତର। ପୁଷନ କହନ୍ତି ତାଙ୍କର ପରୀକ୍ଷା ଭଲ ହୋଇଥିଲା। ମାତ୍ର ସେ ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିବେ ବୋଲି କେବେ କଳ୍ପନା ବି କରିନଥିଲେ। ଟପ୍ପର ହେବା ପରେ ତାଙ୍କର ସବୁ ସ୍ବପ୍ନ ଯେପରି ହାତ ମୁଠାରେ ପାଇ ଯାଇଛନ୍ତି ସେ। ପୁଷନଙ୍କ ମାନିବା କଥା ହେଉଛି; କୌଣସି ବି ସଫଳତା ପାଇଁ କଠିନ ପରିଶ୍ରମ, ବଡ଼ମାନଙ୍କ ଆଶୀର୍ବାଦ ଓ ଭାଗ୍ୟ ଭଲ ଥିବା ଆବଶ୍ୟକ। ନହେଲେ ହୁଏତ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିନଥାନ୍ତେ।

  • Related Posts

    ଆସିବ ନୂଆ ଐତିହ୍ୟ ନୀତି

    ଭୁବନେଶ୍ବର: ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ଐର ଖାରବେଳଙ୍କ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଅନେକ କୀର୍ତ୍ତିରାଜି ଆଜି ବି ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି । ଏହି ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରାଯିବ…

    Continue reading
    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦

    ଆସିବ ନୂଆ ଐତିହ୍ୟ ନୀତି

    ଆସିବ ନୂଆ ଐତିହ୍ୟ ନୀତି

    ଚିନ୍ମୟ ସାହୁଙ୍କୁ ଯୁବ ଓ ଇପ୍ସିତା ସାହୁଙ୍କୁ ଛାତ୍ର ବିଜେଡି ଦାୟିତ୍ୱ

    ଚିନ୍ମୟ ସାହୁଙ୍କୁ ଯୁବ ଓ ଇପ୍ସିତା ସାହୁଙ୍କୁ ଛାତ୍ର ବିଜେଡି ଦାୟିତ୍ୱ

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

    କଂଗ୍ରେସ ଦିବାସ୍ୱପ୍ନ ଦେଖୁଥିବାବେଳେ ବିଜେଡି ଧରାଶାୟୀ: ମନମୋହନ ସାମଲ

    କଂଗ୍ରେସ ଦିବାସ୍ୱପ୍ନ ଦେଖୁଥିବାବେଳେ ବିଜେଡି ଧରାଶାୟୀ: ମନମୋହନ ସାମଲ

    ଜାତି ପ୍ରମାଣପତ୍ର କେଳେଙ୍କାରୀ: ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ

    ଜାତି ପ୍ରମାଣପତ୍ର କେଳେଙ୍କାରୀ:  ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ