ସିଆରପିଏଫ ବସ ଦୁର୍ଘଟଣା: ୩ ଯବାନ ସହିଦ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । କଣ୍ଡୱା ଅଞ୍ଚଳ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ସିଆରପିଏଫ ଯବାନଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୧୬ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କମାଣ୍ଡ ହସ୍ପିଟାଲ ନିଆଯାଉଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉପସ୍ଥିତ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।ସେ ଲେଖିଛନ୍ତି- କଣ୍ଡୱା-ବସନ୍ତଗଡ଼ ଅଞ୍ଚଳରେ ସିଆରପିଏଫର ଏକ ଗାଡ଼ି ସହିତ ଘଟିଥିବା ସଡ଼କ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ । ଗାଡ଼ିରେ ସିଆରପିଏଫର ଅନେକ ସାହସୀ ଯବାନ ଥିଲେ । ମୁଁ ବର୍ତ୍ତମାନ ଡିସି ସଲୋନୀ ରାୟଙ୍କ ସହ କଥା ହୋଇଛି ଯିଏ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମୋତେ ସୂଚନା ଦେଉଛନ୍ତି । ଉଦ୍ଧାର କାର୍ୟ୍ୟ ତୁରନ୍ତ ଆରମ୍ଭ କରାଯାଇଛି । ସ୍ଥାନୀୟ ଲୋକମାନେ ସ୍ୱଇଚ୍ଛାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସୁନିଶ୍ଚିତ କରାଯାଉଛି ।

ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ୟ୍ୟନ୍ତ ସାମ୍ନାକୁ ଆସିନାହିଁ । ପୁଲିସ ତଦନ୍ତରେ ଲାଗିଛି ଏବଂ ଦୁର୍ଘଟଣାର କାରଣ ଖୋଜି ବାହାର କରୁଛି । ସିଆରପିଏଫ ତରଫରୁ କୁହାଯାଇଛି ଯେ ୧୮୭ ତମ ବାଟାଲିୟନର ଏକ ଗାଡ଼ି ଯେଉଁଥିରେ ୧୮ ଜଣ ଯବାନ ଥିଲେ । ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଏହି ଗାଡ଼ିଟି ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ କଣ୍ଡୱାରୁ ବସନ୍ତଗଡ଼ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଘାଇରେ ଖସି ପଡ଼ିଥିଲା ।

  • Related Posts

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading
    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ

    ଗାଜା: ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ଙ୍କ ସମତେ ମୋଟ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନେ ହେଲେ ଆନାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ