ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରୋଇ କଳିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।ଯାହାର ପରିଣତି ଏବେ ଭୟଙ୍କର ରୂପ ନେଇଛି। ସ୍ତ୍ରୀକୁ ପିଟି ପିଟି ମାରିଦେଇଛି ସ୍ୱାମୀ । ମୃତକ ଯଶିପୁର ଥାନା ମଣଦା ଗାଁର ବିଳାସୀ ନାଏକ ବୋଲି ଜଣାପଡିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଯଶିପୁର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମୁକ୍ତିଆରୀ ନାଏକକୁ ଗିରଫ କରିଛି । ଏହାସହ ଘଟଣାର ପ୍ରାଥମିକ ତଦନ୍ତ ଜାରି ରଖିଛି ।

  • Garvita Odia

    Related Posts

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ପଦ୍ମପୁର: ଛତୁ ପାଇଁ ହତ୍ୟାକାଣ୍ଡ। ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା । ଥାନାରେ କଲା ଆତ୍ମସମର୍ପଣ। ଘଟଣାରେ ଖୁଡି ଓ ଭଉଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦାଦାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ପଦ୍ମପୁର ଥାନା ଅନ୍ତର୍ଗତ…

    ଥାନାରେ ବିଷ ପିଇ ଦେଲେ ଯୁବତୀ

    ନୟାଗଡ଼ ଇଟାମାଟି ଥାନା ପରିସରରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ଯୁବତୀ ନ୍ୟାୟ ଦାବିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ସେ ଏପରି କରିଛନ୍ତି। ବିଷ ପିଇବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ରହିଛି।…

    Leave a Reply

    Your email address will not be published. Required fields are marked *

    You Missed

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ