ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ବାମୀ

କୁଚିଣ୍ଡା: ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ସ୍ବାମୀ । ଅଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅନ୍ତର୍ଗତ ମୁଣ୍ଡଲେଷା ଗାଁରେ ।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ବାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳ ଉଗ୍ରରୂପ ନେଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଛି । ପୀତବାସ ନାଏକ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ମାନିନୀ ନାଏକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖିଛି ।ସେପଟେ ଶୁକ୍ରବାର ଝାରସୁଗୁଡାରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

  • Garvita Odia

    Related Posts

    ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର

    ଚନ୍ଦନେଶ୍ୱର: ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି ।…

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !