ଭୁବନେଶ୍ୱର: ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ତେଜୁଛି ଆନ୍ଦୋଳନ । ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧ । ଲୋୟର ପିଏମଜି ରେ ପୁଲିସ୍- ବିଜଡେି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେଭା ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଛି ଆନ୍ଦୋଳନ । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବହା ଗ୍ୟାସ୍ କରିଛି ପୁଲିସ୍ । ଏହି ଲୁହାବୁହା ଗ୍ୟାସ୍ ମାଡରେ ପ୍ରଣବପ୍ରକାଶ ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା । ସେହିପରି ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଏପଟେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବବି । ଆନ୍ଦେୋଳନ କାରୀଙ୍କୁ ଉଠାଇନେଇଛି ପୋଲିସ୍ । ସତାଧିକ ବିଜଡେି କର୍ମୀ ଅଟକ ଥିବା ସୂଚନା । ଏଫ୍ଏମ୍ କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିବାଦ ତୀବ୍ର ରୂପ ଧାରଣ କରିଛି । ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଓ ସୁରକ୍ଷାକର୍ମୀ ସେମାନଙ୍କ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୁଲିସ ପାଣିମାଡ଼ କରୁଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ତୀବ୍ର ହେବାରୁ ପୁଲିସ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି । କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି । ଆନ୍ଦୋଳନକାରୀଙ୍କ ଦାବି ରହିଛି କି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ରାଜ୍ୟ ସରକାର ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ । ଏହାସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅନ୍ତୁ । ଘଟଣାର ବିଚାରବିଭାଗୀୟ ତଦନ୍ତ ହେଉ । ଏସବୁ ସହ ସରକାର ରାଜରାସ୍ତାରେ ଆଣ୍ଠୁମାଡ଼ି ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେଡ଼ି ଦାବି କରିଛି ।
ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ
ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ…