୧୬ରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଅଛି । ଘୂର୍ଣ୍ଣିବଳୟ ହେବା ପରେ ୩ରୁ ୪ ଦିନ ଯାଏ ଏହା ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । ରବିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ । ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।
ସୋମବାରମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୫ ତାରିଖରେ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

  • Garvita Odia

    Related Posts

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ…

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼