୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

ନୂଆଦିଲ୍ଲୀ:ଭାରତର ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’ ଉନ୍ମୋଚନ କରିବାକୁ ଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସମସ୍ତ ପ୍ରକାର ବୀମା ପଲିସିଗୁଡ଼ିକୁ ଗୋଟିଏ ସ୍ଥାନରେ କ୍ରୟ ଓ ପରିଚାଳନା କରିପାରିବେ। ତଥ୍ୟ ଚୋରି ବା ଠକେଇ ରୋକିବା ପାଇଁ କଠୋର ଗୋପନୀୟତା କବଚ ସହିତ ଏହି ପୋର୍ଟାଲ୍‌କୁ ଡିଜାଇନ୍‌ କରାଯାଉଛି। ଏହି ପୋର୍ଟାଲ୍‌ଟି ଇ-କମର୍ସ ୱେବ୍‌ସାଇଟ୍‌ ପରି କାମ କରିବ। ଉନ୍ମୋଚିତ ହେବା ପରେ ଗ୍ରାହକମାନେ ନିଜର ଆଧାର ବା ପାନ୍‌ କାର୍ଡ ବ୍ୟବହାର କରି ଏଥିରେ ଇଲୋକ୍ଟ୍ରୋନିକ ଇନ୍‌ସ୍ୟୁରାନ୍‌ସ (ଇ-ବୀମା) ଆକାଉଣ୍ଟ ଖୋଲିପାରିବେ। ଇ-ବୀମା ଆକାଉଣ୍ଟ ଖୋଲିବା ପରେ ଏଥିରେ ସମସ୍ତ ପ୍ରକାର ଜୀବନବୀମା, ସ୍ବାସ୍ଥ୍ୟବୀମା, ମୋଟରଗାଡ଼ି ତଥା ଅନ୍ୟାନ୍ୟ ବୀମା ପଲିସିଗୁଡ଼ିକୁ ସଂଯୁକ୍ତ କରିହେବ। ବୀମା ପଲିସି ଯେଉଁ କମ୍ପାନିର ହେଉ ନା କାହିଁକି ଗୋଟିଏ ଡ୍ୟାସ୍‌ବୋର୍ଡରେ ସବୁଥିର ସ୍ଥିତି ଯାଞ୍ଚ କରିହେବ। ପ୍ରତ୍ୟେକ ପଲିସିର ପ୍ରକାରଭେଦ, ଏକ୍‌ସପାଏରି ଡେଟ୍‌, ପ୍ରିମିଅମ୍ ପୈଠ ତାରିଖ, ଇନ୍‌ସୁରାନ୍ସ ମୂଲ୍ୟ ଓ କ୍ଲେମ୍‌ ଷ୍ଟାଟସ୍‌ ଗୋଟିଏ ସ୍ଥାନରେ ହିଁ ଦେଖିପାରିବେ। ‘ସୁଗମ ପୋର୍ଟାଲ୍‌’ରେ ହିଁ ଯେକୌଣସି ବୀମାର ନବୀକରଣ, ସ୍ଥାନାନ୍ତରଣ ଆଦି କାର୍ଯ୍ୟ ସମ୍ପାଦିତ ହେବ। ଏହି ପୋର୍ଟାଲ୍‌ର ପ୍ରାୟ ସମସ୍ତ କାର୍ଯ୍ୟ ଆଧାର ଓଟିପି ଓ ଡିଜିଲକର୍‌ ଜରିଆରେ ସଂପୂର୍ଣ୍ଣ ହୋଇପାରିବ। ସମସ୍ତ ଅନୁରୋଧ ସିଧାସଳଖ ଇନ୍‌ସୁରାନ୍ସ କମ୍ପାନି ପାଖକୁ ଚାଲିଯିବ, ଯାହା ଫଳରେ ସମୟ ଓ କାଗଜପତ୍ର ସଂଚୟ ହେବ। ବୀମା ସୁଗମ ପୋର୍ଟାଲ ବିଭିନ୍ନ ବୀମା ପଲିସି ଓ କମ୍ପାନି ମଧ୍ୟରେ ତୁଳନା କରିବାର ସୁବିଧା ମଧ୍ୟ ପ୍ରଦାନ କରିବ, ଯାହା ସାହାଯ୍ୟରେ ବ୍ୟବହାରକାରୀ ସୁଚାରୁ ରୂପେ ନୂଆ ବୀମା କିଣିପାରିବେ। ଏହି ପୋର୍ଟାଲ୍‌ ପ୍ରିମିଅମ୍ ଦେୟ ଇତିହାସ ଦେଖାଇବା ସହିତ ପୈଠ ହୋଇ ନଥିବା ଦେୟ ବାବଦରେ ମଧ୍ୟ ମନେ ପକାଇଦେବ।

  • Related Posts

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଝୁଲଣ ପର୍ବ ୭ଦିନ ବ୍ୟାପୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ଚଳନ୍ତି…

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍‌) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ