୮୦ ହଜାର ଟଙ୍କା ଖାଇଗଲେ ହାତୀ

ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ନିୟମଗିରି ପାହାଡରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଗତ ୭ ଦିନ ହେବ ଏକ ୨୪ଟିକିଆ ହାତୀ ପଲ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଥିଲେ । ଦୁଇ ଦିନ ଭିତରେ କାଟ୍ରିଗୁଡା ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଘର ଭିତରେ ଥିବା ଧାନ ଚାଉଳ, କାନ୍ଦୁଲ, ମାଣ୍ଡିଆ ସହ ମାଣ୍ଡିଆ ହାଣ୍ଡି ଭିତରେ ରଖିଥିବା ନଗଦ ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାକୁ ମଧ୍ୟ ହାତୀ ଖାଇଦେଇଥିବା ଜଣାପଡିଛି । ପ୍ରଥମ ଦିନ ନାରିଆ ହିକକାର ଘର ଭାଙ୍ଗି ଦେଇଥିବା ସହ ଧାନ ମାଣ୍ଡିଆ ସହ ଘର ତିଆରି କରିବାକୁ ରଖିଥିବା ଟଙ୍କା ଖାଇ ଦେଇଥିଲେ । ପୁଣି ଶୁକ୍ରବାର ଲକି ପ୍ରାସ୍କାଙ୍କ ଘର ସମେତ ଦୁଇଟି ଘର ଭାଙ୍ଗି ଦେଇଛନ୍ତି । ହାତୀ ଗର୍ଜନ ଶୁଣି ଘରୁ ଚାଲିଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚିଯାଇଛି । ତେବେ ସନ୍ଧ୍ୟା ହେଲେ ହାତୀ ଭୟ ଲାଗିରହିଥିବା ୱାର୍ଡ ସଭ୍ୟ କହିଛନ୍ତି । ତେବେ ୨୪ ଟିକିଆ ହାତୀ ପଲ ଅଞ୍ଚଳରେ ଗତ କିଛି ଦିନ ହେବ ଚଳପ୍ରଚଳ କରୁଥିବା ସ୍ୱୀକାର କରିବା ସହ ବିଭାଗୀୟ ଅଧିକାରୀ ଅଞ୍ଚଳରେ ହାତୀଙ୍କୁ ଟ୍ରାକିଂ କରୁଥିବା ମୁନିଗୁଡା ରେଞ୍ଜର କହିଛନ୍ତି ।

  • Garvita Odia

    Related Posts

    ଆଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି

    ଭୁବନେଶ୍ୱର : ଆସନ୍ତା ତିନିଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ୯ ତାରିଖରେ ତାତି ୪୪ ଡିଗ୍ରୀ ଛୁଇଁପାରେ । ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ ସହିତ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି…

    ମାଆ ହେଲା ବାଘୁଣୀ ମୌସୁମୀ

    ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ୨ୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଦୁଇଟି ଶାବକକୁ ଜନ୍ମ ଦେଇଛି ବାଘୁଣୀ ମୌସୁମୀ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ…

    Leave a Reply

    Your email address will not be published. Required fields are marked *

    You Missed

    ଆଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି

    ଆଗକୁ ଅସହ୍ୟ ଗରମ  ଓ ଗୁଳୁଗୁଳି

    ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ

    ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ

    ବାକି ନଦେବାରୁ ହୋଟେଲ ମାଲିକଙ୍କୁ ଆକ୍ରମଣ

    ବାକି ନଦେବାରୁ ହୋଟେଲ ମାଲିକଙ୍କୁ ଆକ୍ରମଣ

    ମାଆ ହେଲା ବାଘୁଣୀ ମୌସୁମୀ

    ମାଆ ହେଲା ବାଘୁଣୀ ମୌସୁମୀ

    ରାହୁଲଙ୍କ ଏହି ଦାବିକୁ ଇସିଙ୍କ ଖଣ୍ଡନ

    ରାହୁଲଙ୍କ ଏହି  ଦାବିକୁ ଇସିଙ୍କ ଖଣ୍ଡନ

    ଏଲନ ମସ୍କ ଭୟଙ୍କର ପରିଣାମ ଭୋଗିବେ- ଟ୍ରମ୍ପ