ଅଟ୍ଟାରୀ ବର୍ଡରରେ ବିଟିଂ ରିଟ୍ରିଟ୍ ସେରିମନି

ନୂଆଦିଲ୍ଲୀ; ଅଟ୍ଟାରୀ ବର୍ଡରରେ ପୁଣି ଥରେ ଆରମ୍ଭ ହେଲା ବିଟିଂ ରିଟ୍ରିଟ୍‌ ସେରିମନି । ଆଜିଠାରୁ ସାଧାରଣ ଲୋକଙ୍କୁ ଏହା ଦେଖିବାକୁ ଅନୁମତି ଥିବା ବେଳେ, ଗତକାଲି କେବଳ ଗଣମାଧ୍ୟମ ପ୍ରତିନିଧି ମାନେ ଏହାର ସାକ୍ଷୀ ବନିଥିଲେ। କେବଳ ଅଟ୍ଟାରୀ ଚେକପୋଷ୍ଟ ନୁହେଁ, ଭାରତ-ପାକିସ୍ତାନ ସୀମାରେ ଥିବା ପଞ୍ଜାବର ୩ଟି ଯାକ ଜଏଣ୍ଟ ଚେକ୍ ପୋଷ୍ଟରେ ହୋଇଛି ବିଟିଂ ରିଟ୍ରିଟ୍ ସେରିମନି।
ଆଜିଠାରୁ ପଞ୍ଜାବ ଅମୃତସର ନିକଟସ୍ଥ ଅଟାରୀ-ୱାଘା ବର୍ଡର, ଫିରୋଜପୁର ଓ ସାଦକି ସୀମାରେ ବିଟିଂ ରିଟ୍ରିଟ୍ ସେରିମନି ଦେଖିପାରିବେ ସାଧାରଣ ଲୋକେ। ତେବେ ଏହି ଉତ୍ସବ ବେଳେ ବିଏସଏଫ ଯବାନ ପାକିସ୍ତାନୀ ରେଂଜରଙ୍କ ସହ ହ୍ୟାଣ୍ଡସେକ କରିବେ ନାହିଁ କି ଗେଟ୍ ଖୋଲାଯିବ ନାହିଁ। ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ସୀମା ବନ୍ଦ କରିଦିଆଯାଇଥିଲା। ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଏହି ଅଭ୍ୟାସରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ, ସୀମା ଦ୍ୱାର ଖୋଲାଯାଇଥିଲା ଏବଂ ପରେଡ୍ ଏକ ମିଳିତ ଅଭ୍ୟାସର ରୂପ ନେଇଥିଲା। ଏବେ, ପରେଡ୍ ସମୟରେ ଫାଟକ ଗୁଡ଼ିକ ବନ୍ଦ ରହିବ ଏବଂ ଡ୍ରିଲ୍ ପ୍ରକ୍ରିୟା ସମୟରେ କୌଣସି ହାତ ମିଳାଇବ ନାହିଁ। ଏହା ସହିତ, କୌଣସି ଅବସରରେ ମିଠା କିମ୍ବା ଉପହାର ଆଦାନପ୍ରଦାନ ହେବ ନାହିଁ।ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ତିକ୍ତତା ଯୋଗୁ ଗତ ୮ ତାରିଖରେ ଧ୍ବଜାବତରଣ ସମାରୋହକୁ ସଂକୁଚିତ କରିଥିଲା ବିଏସ୍ଏଫ୍ । ପ୍ରତିଦିନ ସୂର୍ୟ୍ୟାସ୍ତ ବେଳେ ଧ୍ବଜାବତରଣ କରାଯାଉଥିଲେ ବି, ଏହା ଦେଖିବାକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ବ୍ୟବସାୟ ଓ ରୋଜଗାର ପ୍ରଭାବିତ ହୋଇଥିଲା।

  • Garvita Odia

    Related Posts

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ବିଶାଖାପାଟଣା: ଆଜି ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଉପସ୍ଥିତ ରହି ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରାୟ ପାଞ୍ଚ ଲକ୍ଷ ଲୋକ ବନ୍ଦର ସହରର ଆରକେ ବିଚ୍ – ଗୋଟିଏ ସ୍ଥାନରେ ମୋଦିଙ୍କ…

    ସାରା ବିଶ୍ୱ ପାଳୁଛି ଯୋଗ ଦିବସ

    ନୂଆଦିଲ୍ଲୀ : ଆଜି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ପାଳୁଛି ୧୧ ତମ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଯୋଗ ଦିବସ ପାଳନ କରିଛନ୍ତି । ଏହାସହିତ ବିଶ୍ୱର କୋଣ ଅନୁକୋଣରେ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ