ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

ବଳଙ୍ଗା: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ। ଏଥିରେ ଆଉ ରାଜନୀତି ନ କରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ ବୋଲି ପୁଣି ଅନୁରୋଧ କରିଛନ୍ତି ମୃତ ବଳଙ୍ଗା ଯୁବତୀଙ୍କ ବାପା।
ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଥିଲା। ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଥିଲା। ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା ଜଣକ।

ପୁରୀ: ବଳଙ୍ଗା ପୀଡ଼ିତା ଓ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ୬ ଘଣ୍ଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ ଆନ୍ଦୋଳନ। ବିଜେଡିକର୍ମୀଙ୍କ ପକ୍ଷରୁ ବିଭିନ୍ନ ଛକରେ ପିକେଟିଂ କରିଛନ୍ତି। ବଡ଼ଦାଣ୍ଡରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର,କାର୍ୟ୍ୟାଳୟ, ଗାଡ଼ି ଚଳାଚଳ ବନ୍ଦ ରହିଛି। ପୀଡ଼ିତାଙ୍କ ନ୍ୟାୟ ଦାବିରେ ବିଜେଡ଼ି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ବଳଙ୍ଗା ପୀଡ଼ିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇଛି । ପ୍ରଥମ ଦିନରୁ ପୀଡ଼ିତା ଓ ତାଙ୍କ ମା’ ନିଜେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ । ପରବର୍ତ୍ତୀ ପରିସ୍ଥତିରେ ଦୁର୍ବୃତ୍ତଙ୍କୁ ବଞ୍ଚାଇବା ପାଇଁ ଶାସକ ଦଳର ଚାପରେ ପୁଲିସ ତଦନ୍ତର ମୋଡ଼ ବଦଳାଇ ଦେଇଥିଲେ।

ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ କର୍ମ କରାଯାଇ ପରଦିନ କବର ଦିଆଯାଇଥିଲା। ତେବେ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଓଡ଼ିଶା ପୁଲିସ ସେ ଯାଏ ହୋଇଥିବା ତଦନ୍ତରେ କାହାର ସମ୍ପୃକ୍ତି ନଥିବା ଏକ୍ସରେ ପୋଷ୍ଟ କରିଥିଲା ।

  • Related Posts

    କୁକୁର କାମୁଡ଼ାରେ ଦୁଇ ମୃତ

    ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁରେ ଅଭାବନୀୟ ଘଟଣା । କୁକୁର କାମୁଡ଼ାରେ ଚାଲିଗଲା ଦୁଇ ଜୀବନ । ମୃତ ବ୍ୟକ୍ତି ଜଣେ ହେଲେ ହୃଷିକେଶ ରଣା ଓ ଅନ୍ୟ ଜଣେ ୩୩ ବର୍ଷ ଭିନ୍ନକ୍ଷମ ଯୁବକ…

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ…

    Leave a Reply

    Your email address will not be published. Required fields are marked *

    You Missed

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ସାମ୍ନାକୁ ଆସିଲା ପୁଣି ବଧୂ ହତ୍ୟା ଅଭିଯୋଗ

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

    ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର