ଆଜିଠାରୁ ଏସିଆ କପ୍‌ ପୁରୁ​‌ଷ ହକି ଚମ୍ପିଆନସିପ୍‌ ଆରମ୍ଭ

ନୂଆଦିଲ୍ଲୀ,29।08: ବିହାରର ରାଜଗିରିରେ ଚଳିତ ଆଜିଠାରୁ ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ ଖେଳାଯିବ। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ହେବାକୁଥିବା ଏହି ହକି ଚମ୍ପିଆନସିପ୍‌ରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ-ଏ ରେ ଭାରତ ସମେତ ଜାପାନ, ଚୀନ ଓ କାଜାଖସ୍ତାନ ରହିଥିବାବେଳେ ପୁଲ-ବି ରେ ବାଂଲାଦେଶ, ଚାଇନିଜ ତାଇପେଇ, ମାଲେସିଆ ଓ ଦକ୍ଷିଣ କୋରିଆ ରହିଛନ୍ତି। ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ ଖେଳାଯିବ। ଗ୍ରୁପ-ଏରେ ଜାପାନ-କାଜାଖସ୍ତାନକୁ ଓ ଭାରତ-ଚୀନ୍‌କୁ ଓ ଗ୍ରୁପ-ବିରେ ମାଲେସିଆ-ବାଂଲାଦେଶକୁ ଓ ଦକ୍ଷିଣ କୋରିଆ- ଚାଇନିଜ ତାଇପେକୁ ଭେଟିବ। ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି ଯିବା ପରେ ଉକ୍ତ ଦୁଇ ଦଳ ବଦଳରେ ବାଂଲାଦେଶ ଓ କାଜାଖସ୍ତାନ ସାମିଲ ହୋଇଛନ୍ତି। ଦୁଇ ଗ୍ରୁପର ଶ୍ରେଷ୍ଠ ୪ ଦଳ ସୁପର-୪କୁ ଉନ୍ନୀତ ହେବେ।
ସୁପର-୪ ପର୍ଯ୍ୟାୟ ସେପ୍ଟେମ୍ବର ୩ରୁ ୬ ପର୍ଯ୍ୟନ୍ତ ଖେଳାଯିବ। ସୁପର-୪ର ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ସେପ୍ଟେମ୍ବର ୭ରେ ଖେଳାଯିବ। ଅଭିଜ୍ଞ ଡ୍ରାଗ୍‌ ଫ୍ଳିକର ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତ ଉକ୍ତ ପ୍ରତିଯୋଗିତା ଖେଳିବ। ପ୍ରତିଯୋଗିତାର ଚମ୍ପିଆନ ଦଳ ସିଧାସଳଖ ବେଲଜିୟମ ଓ ନେଦରଲାଣ୍ଡରେ ଆୟୋଜିତ ହେବାକୁ ଥିବା ୨୦୨୬ ଏଫ୍‌ଆଇଏଚ ପୁରୁଷ ହକି ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଭାରତୀୟ ଦଳ ନିକଟରେ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ନେଇ ବଡ଼ ସୁଯୋଗ ରହିଛି। ଦଳରେ ସିନିୟର ଖେଳାଳି ଭାବେ ଗୋଲରକ୍ଷକ କ୍ରିଷ୍ଣନ ବାହାଦୂର ପାଠକ ଓ ସୂରଜ କେରେକେରାଙ୍କ ସହ ମିଡଫିଲଡର ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରାଜେନ୍ଦର ସିଂହ, ରାଜକୁମାର ପାଲ, ହାର୍ଦିକ ସିଂହ, ଫରୱାର୍ଡ ମନଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ଓ ଦିଲପ୍ରୀତ ସିଂହ, ଡିଫେଣ୍ଡର ବିଭାଗରେ ଅମିତ ରୋହିଦ‌ାସଙ୍କ ଭଳି ଖେଳାଳି ରହିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିଛନ୍ତି ଯେ, ଏସିଆ କପରୁ ଆମକୁ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଆମେ ଦଳ ପ୍ରସ୍ତୁତି କରିଛୁ। ପ୍ରତିଯୋଗିତାରୁ ପାକିସ୍ତାନ ଓହରି ଯିବା ପରେ ଦକ୍ଷିଣ କୋରିଆ, ଜାପାନ ଭାରତର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବୋଲି ଫୁଲଟନ କହିଛନ୍ତି। ପ୍ରତିଯୋଗିତାରେ ଭାରତ ୩ଥର ୨୦୦୩, ୨୦୦୭ ଓ ୨୦୧୭ରେ ଚମ୍ପିଆନ ହୋଇଛି। ଦଳ ୨୦୨୨ ଶେଷ ସଂସ୍କରଣରେ ୩ୟ ସ୍ଥାନ ହାସଲ କରିଥିଲା।

  • Related Posts

    ରାଜସ୍ଥାନ ରୟାଲ୍‌ସ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ ଦ୍ରାବିଡ଼

    ନୂଆଦିଲ୍ଲୀ: ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ରାହୁଲ ଦ୍ରାବିଡ଼। ଗୋଟିଏ ଋତୁ ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଦଳ ଆଇପିଏଲ-୨୦୨୫ରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ଦ୍ରାବିଡ଼ ମୁଖ୍ୟ…

    Continue reading
    ଚୀନ୍‌କୁ ୪-୩ ଗୋଲରେ ହରାଇଲା ଭାରତ

    ରାଜଗିରି : ଅଧିନାୟକ ହରମନପ୍ରୀତ ସିଂହଙ୍କ ୪ଟି ଗୋଲ ବଳରେ ଆୟୋଜକ ଭାରତ ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତା -୨୦୨୫ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିହାରର ରାଜଗିରିରେ ଶୁକ୍ରବାର ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାର ପୁଲ-ଏ ର ଦ୍ବିତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ