ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଓ୍ବାଲର୍‌ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଚାମ୍ପିଆନସିପ। ଏହି ପ୍ରତିଯୋଗିତା ଭୁବନେଶ୍ୱରର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ, ଯେଉଁଠାରେ ୧୭ଟି ଦେଶରୁ ପ୍ରାୟ ୨୨୫ ଜଣ ପ୍ରତିଯୋଗୀ ୧୯ଟି ଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିବେ।
ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଦେଶ ଓ ବିଦେଶର ଖେଳାଳିମାନେ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ଓଡ଼ିଶାରୁ ମଧ୍ୟ ୪ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି, ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। କଳିଙ୍ଗ ଷ୍ଟାଡିୟମ, ଯାହା ପୂର୍ବରୁ ଅନେକ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ସଫଳତା ହାସଲ କରିଛି, ଏଥର ମଧ୍ୟ ଏହି ମହାକୁମ୍ଭର ମୁଖ୍ୟ ମଞ୍ଚ ହେବ। ଖେଳାଳିମାନେ ଏକାଧିକ ଇଭେଣ୍ଟ ଯଥା ଦୌଡ଼, ଜମ୍ପ, ଥ୍ରୋ ଆଦିରେ ନିଜର କୌଶଳ ପ୍ରଦର୍ଶନ କରି ମେଡାଲ ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

  • Related Posts

    ଟ୍ରାକ୍‌ରେ ଚମକିଲେ ପ୍ରଜ୍ଞା, ଅନିମେଷ; ଜିତିଲେ ସ୍ବର୍ଣ୍ଣ

    କଟକ: ମହିଳା ହର୍ଡଲର ପ୍ରଜ୍ଞା ପ୍ରଶାନ୍ତି ସାହୁ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍‌ (ବ୍ରୋଞ୍ଜ) ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଜ୍ଞା ପ୍ରଶାନ୍ତି ମହିଳା…

    Continue reading
    ‘ଭୁବନେଶ୍ବରରେ ହେବ ବିଶ୍ବସ୍ତରୀୟ ଷ୍ଟାଡିୟମ୍’

    ଭୁବନେଶ୍ୱର : ଓଡ଼ିଶାରୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସୃଷ୍ଟି ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ ଆଉ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ‌୍‌‌େ‌ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ