ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

ବୌଦ୍ଧ: ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରୁ ରେଳ ଗଡିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ଅବସରରେ ଆଭାସୀ ଜରିଆରେ ବୌଦ୍ଧ ଓ ପୁରୁଣାକଟକରୁ ରେଳସେବାକୁ ଉଦ୍‌ଘାଟନ କାର୍ୟ୍ୟକ୍ରମ ସ୍ଥିର ହୋଇଛି। ଏ ନେଇ ରେଳ ବିଭାଗ ଓ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରେ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବୌଦ୍ଧ ଓ ପୁରୁଣାକଟକରୁ ଏକସଙ୍ଗେ ୨ଟି ଟ୍ରେନ ସେବା ଆରମ୍ଭ ହେବ। ବୌଦ୍ଧରୁ ସମ୍ବଲପୁର ଓ ପୁରୁଣାକଟକରୁ ଭୁବନେଶ୍ୱରକୁ ଦୁଇଟି ଟ୍ରେନ ଚଳାଚଳ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ଷ୍ଟେଶନରେ ଟ୍ରେନ ପହଞ୍ଚତ୍ ସାରିଥିବା ଜଣାପଡିଛି।

  • Garvita Odia

    Related Posts

    ଜଗନ୍ନାଥଙ୍କ ପାଇଁ ଟ୍ରମ୍ପଙ୍କୁ ମନା କଲି: ମୋଦୀ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।…

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ…

    Leave a Reply

    Your email address will not be published. Required fields are marked *

    You Missed

    ଜଗନ୍ନାଥଙ୍କ ପାଇଁ ଟ୍ରମ୍ପଙ୍କୁ ମନା କଲି: ମୋଦୀ

    ଜଗନ୍ନାଥଙ୍କ ପାଇଁ ଟ୍ରମ୍ପଙ୍କୁ ମନା କଲି: ମୋଦୀ

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ

    ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    ‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କଲେ ମୋଦୀ

    ‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କଲେ ମୋଦୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ