ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି। ସେଠାରେ ସେ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଶକ୍ତି, ଅର୍ଥନୈତିକ , ପ୍ରତିରକ୍ଷା ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିବେ। ପରେ ୩-୪ ତାରିଖରେ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବେ ପିଏମ୍ ମୋଦୀ। ରାଷ୍ଟ୍ରପତି କ୍ରିଷ୍ଟିନ୍ ବାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଭେଟିବେ। ଏବଂ ସହସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି। ସେହିପରି ଜୁଲାଇ ୪ ଏବଂ ୫ ତାରିଖରେ ଆର୍ଜେଣ୍ଟିନା ଗସ୍ତ କରି ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ୫ ତାରିଖରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପିଏମ୍। ଏହା ମୋଦୀଙ୍କର ଚତୁର୍ଥ ବ୍ରାଜିଲ୍ ଗସ୍ତ ହେବ। ଶେଷରେ ଜୁଲାଇ ୯ ତାରିଖରେ ନାମିବ୍ୟା ଗସ୍ତରେ ଯିବେ ପିଏମ ମୋଦୀ। ଏହି ସମୟରେ ସେ ଦେଶର ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବ ଙ୍କୁ ଭେଟିବେ। ଏବଂ ନାମିବ୍ୟାର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ।

  • Garvita Odia

    Related Posts

    ଅଲଗା ହେଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା-ପାରୁପଲ୍ଲୀ

    ମୁମ୍ଵାଇ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଏବଂ ଅଲିମ୍ପିକ୍ ପଦକ ବିଜେତା ସାଇନା ନେହୱାଲ। ଏବେ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ବ୍ୟାଡମିଣ୍ଟନ ତାରକା ସାଇନା ଏବଂ ତାଙ୍କ ସ୍ୱାମୀ ପାରୁପାଲି କଶ୍ୟପ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।…

    କେରଳରେ ପୁଣି ଡରାଇଲା ନିପା ଭାଇରସ୍

    ନୂଆଦିଲ୍ଲୀ: କେରଳରେ ପୁଣି ଡରାଇଲା ନିପା ଭାଇରସ୍ । ସେପଟେ କରୋନା ଠାରୁ ମାରାତ୍ମକ ନିପା ଭାଇରସ ଭାରତର ଅଧା ରାଜ୍ୟରେ ପହଞ୍ଚି ସାରିଲାଣି । ଚଳିତ ବର୍ଷ କେରଳରେ ଏହାର ସଂକ୍ରମଣ ଅଧିକ ଦେଖିବାକୁ ମିଳିଛି । କେରଳର ପାଲକ୍କଡ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ